Spread the love

ଚନ୍ଦ୍ରଯାନ-୩ ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ପୁଣିଥରେ ଇତିହାସ ରଚିବାକୁ ପ୍ରସ୍ତୁତ ହେଉଛି। ଗୁରୁବାର ତାମିଲନାଡୁର ମହେନ୍ଦ୍ରଗିରିଠାରେ ଗଗନଯାନ ସର୍ଭିସ୍ ମଡ୍ୟୁଲ୍ ପ୍ରୋପଲସନ୍ ସିଷ୍ଟମ୍ (SMPS)ର ସଫଳତାପୂର୍ବକ ପରୀକ୍ଷଣ କରାଯାଇଛି।

ଇସ୍ରୋ ଅନୁସାରେ, ଭାରତର ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ଅଗଷ୍ଟ ଶେଷରେ ଲଞ୍ଚ ହେବ। ମାନବ ବିହୀନ ମିଶନ ଆସନ୍ତା ବର୍ଷ ଲଞ୍ଚ୍‌ କରାଯିବ।

ଇସ୍ରୋ କହିଛି ଯେ ଏହି ପରୀକ୍ଷଣ ୨୫୦ ସେକେଣ୍ଡ ପର୍ଯ୍ୟନ୍ତ ଚାଲିଥିଲା। ଏଥିରେ ୪୪୦ N (ନ୍ୟୁଟନ୍) ଥ୍ରଷ୍ଟ୍‍ ସହିତ ୫ ଲିକ୍ୱିଡ୍ ଅପୋଜି ମୋଟର (LAM) ଇଞ୍ଜିନ୍ ରହିଥିଲା। ଏହାସହିତ ୧୦୦ ଏନ୍‌ର ଥ୍ରଷ୍ଟ୍‍ ସହିତ ୧୬ ପ୍ରତିକ୍ରିୟା ନିୟନ୍ତ୍ରଣ ପ୍ରଣାଳୀ (RCS) ଥ୍ରଷ୍ଟର ସାମିଲ ଥିଲା।

ଇସ୍ରୋ ଅନୁସାରେ, ଗଗନଯାନ ମିଶନରେ ୩ ସଦସ୍ୟ ବିଶିଷ୍ଟ ଏକ ଟିମ୍‌କୁ ମହାକାଶ ପଠାଯିବ। ଏହି ଦଳ ତିନି ଦିନ ମହାକାଶରେ ରହିବେ। ଏହାପରେ ସେମାନଙ୍କୁ ପୁନର୍ବାର ପୃଥିବୀକୁ ଅଣାଯିବ।

ସୂଚନାଥାଉ କି, ଜୁଲାଇ ୧୪ ଅପରାହ୍ନ ୨ଟା ୩୫ ମିନିଟ୍‌ରେ ଚନ୍ଦ୍ରଯାନ-୩ ଚନ୍ଦ୍ରକୁ ଉଡ଼ାଣ ଭରିଛି। ଶ୍ରୀହରିକୋଟା ସତୀଶ ଧାଓ୍ଵନ ସ୍ପେସ୍ ସେଣ୍ଟରର ୨ ନମ୍ବର ଲଞ୍ଚ୍ ପ୍ୟାଡ୍‌ରୁ ଏହାର ଉତ୍‌କ୍ଷେପଣ ହୋଇଛି। ଇସ୍ରୋର ବାହୁବଳୀ ରକେଟ୍ ଲଞ୍ଚ ଭେହିକିଲ Mark- III ଚନ୍ଦ୍ରଯାନ-୩କୁ ମହାକାଶକୁ ନେଇଛି।

Leave a Reply

Your email address will not be published. Required fields are marked *