ଚନ୍ଦ୍ର ନିକଟକୁ ଆହୁରି ପାଦେ ଆଗକୁ ବଢିଲା ଚନ୍ଦ୍ରଯାନ-୩। ୪ର୍ଥ କକ୍ଷରେ ପ୍ରବେଶ କଲା ଚନ୍ଦ୍ରଯାନ-୩ । ଏହାର ଚତୁର୍ଥ ଅର୍ବିଟ ରେଜିଂ ମାନ୍ୟୁଭର ସଫଳତାପୂର୍ବକ ସଂପନ୍ନ ହୋଇଛି । ପରବର୍ତ୍ତୀ କକ୍ଷରେ ଏହା ଜୁଲାଇ ୨୫ ତାରିଖ ଦିନ ୨ଟାରୁ ୩ଟା ମଧ୍ୟରେ ପ୍ରବେଶ କରିବ।
୧୪ତାରିଖ ଦିନ ୨ଟା ୩୫ମିନିଟରେ ଶ୍ରୀହରିକୋଟା ସତୀଶ ଧୱନ ମହାକାଶ ଗବେଷଣା କେନ୍ଦ୍ରରୁ ବାହୁବଳୀ ରକେଟ LMV-IIIରେ ଚନ୍ଦ୍ରଯାନ-୩ ସଫଳତାର ସହ ଉତ୍କ୍ଷେପଣ ହୋଇଛି। ଲଞ୍ଚ ଭେହିକିଲ୍ରୁ ସାଟେଲାଇଟ ଅଲଗା ହୋଇ ନିର୍ଦ୍ଧାରିତ କକ୍ଷପଥରେ ଅବସ୍ଥାପିତ ହୋଇଛି ।
ପ୍ରାୟ ୪୦ଦିନର ଯାତ୍ରା ପରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ- ୩ । ସବୁ ଠିକ୍ଠାକ ରହିଲେ ଅଗଷ୍ଟ ୨୩ ତାରିଖ ସଂଧ୍ୟା ୫ଟା ୪୭ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ ରୋଭର ଓ ଲ୍ୟାଣ୍ଡର। ସଫ୍ଟ ଲାଣ୍ଡିଂ ଲକ୍ଷ୍ୟ ରଖିଛି ଇସ୍ରୋ। ୧୪ଦିନ ଚନ୍ଦ୍ରପୃଷ୍ଠରେ ପୃଥିବୀରୁ ଆସୁଥିବା ରଶ୍ମିକୁ ଅଧ୍ୟୟନ କରିବ। ଏହା ମାଧ୍ୟମରେ ଚନ୍ଦ୍ରପୃଷ୍ଠରେ ମାଟି, ଧୂଳି ସହ ସେସ୍ମିକ୍ ପରୀକ୍ଷଣ କରିବ ।