Spread the love

ସୁବର୍ଣ୍ଣପୁର: ଆଜି ୧୨ ଘଣ୍ଟିଆ ବିରମହାରାଜପୁର ବନ୍ଦ ପାଳନ କରାଯାଇଛି। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ବନ୍ଦ ଡାକରା ଦେଇଛି ଆପ୍। ଏହାସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଆମ୍ ଆଦମୀ ପାର୍ଟି। ଆଜି ସକାଳୁ ସକାଳୁ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ କରିଥିବା ଦେଖିବାକୁ ମିଳିଛି।

ଦୋକାନ, ବଜାର, ଯାନ ବାହନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିବ ବୋଲି ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି। ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଛକମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *