Spread the love

ନୂଆଦିଲ୍ଳୀ: ନୂଆ କରି ଭାରତୀୟ ବେ‌ାହୂ ବନିଥିବା ପାକିସ୍ତାନୀ ସୀମାଙ୍କୁ ନେଇ କେନ୍ଦ୍ରୀୟ ଯାଞ୍ଚ୍‌ ଏଜେନ୍ସିକୁ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଛି। ସୀମା ଭାରତ ଆସିବା ପଛରେ ଜଣେ ତୃତୀୟ ଲୋକର ବି ହାତ ଥିବା ଜଣାପଡ଼ିଛି। ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସୀମା ପାର୍‌ ପୂର୍ବରୁ ସୀମାଙ୍କୁ ଜଣେ ଗ୍ରାମୀଣ ଭାରତୀୟ ମହିଳାଙ୍କ ଭଳି ପୋଷାକ ପିନ୍ଧାଯାଇ ପ୍ରସ୍ତୁତ କରା ଯାଇଥିଲା। ସୀମାଙ୍କ ୪ ପିଲାଙ୍କୁ ବି ସେହିପରି ହିଁ ପ୍ରସ୍ତୁତ କରାଯାଇଥିଲା, ଯେପରି କାହାକୁ ସ‌ହେନ୍ଦ ହେବ ନାହିଁ ଯେ ସେମାନେ ପାକିସ୍ତାନୀ ବୋଲି।
ଏଭଳି ବେଶ ପ୍ରାୟତଃ ‘ଓମେନ୍‌ ଟ୍ରାଫିକିଂ’ ସମୟ‌ରେ କରାଯାଇଥାଏ। ଅର୍ଥାତ ଗୃହ ସହାୟିକା କିମ୍ବା ଦେହ ବ୍ୟବସାୟ ପାଇଁ ପଠାଯାଉଥିବା ମହିଳାମାନଙ୍କୁ ବେନିୟମ୍‌ ଭାବେ ଭାରତ-ନେପାଳ ସୀମା ପାର୍‌ କରାଇବା ବେଳେ ସନ୍ଦେହ ନଉପୁଜିବା ପାଇଁ ଏପରି ବେଶ କରାଯାଇଥାଏ। ତା’ପରେ ଯେଉଁ ଭଳି ଶୈଳୀରେ ସୀମା କଥା ହେଉଛନ୍ତି, ସେଭଳି ଶୈଳୀରେ ନେପାଳରେ ଥିବା ପାକିସ୍ତାନୀମାନେ କଥା ହୋଇଥାଆନ୍ତି। ଭାରତକୁ ବେନିୟମ୍‌ ଭାବେ ଅନୁପ୍ରବେଶ କରି ତଥ୍ୟ ହାତେଇବାକୁ ଏଭଳି ଢଙ୍ଗରେ କଥା ହେବାକୁ ପାକିସ୍ତାନୀ ମହିଳାମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥାଏ।
ତେଣୁ ସୀମାଙ୍କୁ ଭାରତକୁ ପଠାଇବା ପଛରେ ଏକ ‌ଏଜେନ୍ସିର ହାତ ରହିଛି ବୋଲି ସନ୍ଦେହ ଦୃଢ଼ ହୋଇଛି। କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ମୁତାବକ, ସୀମା ମେ ୧୩ ତାରିଖରେ ନେପାଳ ସୀମା ପାର୍‌ କରି ବେଆଇନ୍‌ ଭାବେ ଭାରତରେ ପ୍ରବେଶ କରିଥିଲେ। ତା’ପରେ ସେ କିଛି ଦିନ ଧରି ସଚିନଙ୍କ ସହ ଭଡ଼ା ଘରେ ରହିବା ପରେ ସେମାନଙ୍କ ସତ ପରବର୍ତ୍ତୀ ସମୟରେ ସାମ୍ନାକୁ ଆସିଥିଲା। ଏବେ ସୀମାଙ୍କୁ ନେଇ ତଦନ୍ତ ଜାରି ରହିଛି। ସେ ବାସ୍ତବରେ ଜଣେ ପ୍ରେମିକା କି ପାକିସ୍ତାନୀ ଗୁପ୍ତଚର ତାହା ଆଗାମୀ ଦିନରେ ଜଣାପଡ଼ିବ।

Leave a Reply

Your email address will not be published. Required fields are marked *