Spread the love

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ଓ ନୋଏଡାର ସଚିନ ମିଣା ନେପାଳର ରାଜଧାନୀ କାଠମାଣ୍ଡୁର ଏକ ହୋଟେଲର ରୁମ ନମ୍ବର ୨୦୪ରେ ୭ଦିନ ରହିଥିଲେ। ଏହାପରେ ଟ୍ୟାକ୍ସି ବୁକ କରି ବାହାରି ଯାଇଥିଲେ। ଆଶ୍ଚର୍ଯ୍ୟର କଥା ହେଉଛି ଯେଉଁ ହୋଟେଲରେ ସୀମା ଓ ସଚିନ ରହିଥିଲେ ସେଠାରେ ଥିବା ରେଜିଷ୍ଟରରେ ଏହି ଦୁହିଁଙ୍କ ପ୍ରବେଶର କୌଣସି ସୂଚନା ନଥିବା ଜଣାପଡ଼ିଛି।
ଏହି ଘଟଣାକୁ ନେଇ ହୋଟେଲ ପରିଚାଳକ କହିଛନ୍ତି, ‘ସୀମା ଓ ସଚିନ ନାମ ବଦଳାଇ ହୋଟେଲରେ ରହିଥିଲେ। କାରଣ ଏଠାରେ ଏମିତି ଅନେକ ହୋଟେଲ ଅଛି ଯେଉଁଠାରେ ଗ୍ରାହକଙ୍କୁ ଆଇଡି ବିନା ରହିବାକୁ ଅନୁମତି ‌ଦିଆଯାଇଥାଏ।’
ସୀମାଙ୍କ ଘଟଣା ଯେତେବେଳେ ସାମ୍ନାକୁ ଆସିଲା ସଚିନ ଓ ସୀମା ପୁଲିସକୁ କହିଥିଲେ କି ସେମାନେ ନେପାଳର କାଠମାଣ୍ଡୁର ହୋଟେଲ ନ୍ୟୁ ବିନାୟକରେ ୭ଦିନ ରହିଥିଲେ। ଏହି ଘଟଣାକୁ ‌ନେଇ ନ୍ୟୁ ବିନାୟକର ରିସେପସେନିଷ୍ଟ ଗଣେଶ ରୋକାମଗର କହିଛନ୍ତି,‘‘କାଠମାଣ୍ଡୁର ଏହି ଅଞ୍ଚଳରେ ଅନେକ ହୋଟେଲ ଅଛି। ଯେଉଁଠାରେ ଗ୍ରାହକମାନଙ୍କୁ ରହିବାକୁ ହେଲେ ସେମାନଙ୍କୁ କୌଣସି ପ୍ରକାର ଆଇଡି ଆବଶ୍ୟକ ହୋଇ ନଥାଏ। କେବଳ ରେଜିଷ୍ଟରରେ ନାମ ଓ କେଉଁଠାରୁ ଆସିଛନ୍ତି ତାହା କେବଳ ନୋଟ କରାଯାଇଥାଏ। ଏହାପରେ ଯାଇ ତାଙ୍କୁ ହୋଟେଲର ରୁମ ଦିଆଯାଇଥାଏ।’’
ସୀମାଙ୍କ କାହାଣୀ ପ୍ରଘଟ ହେବାପରେ ସେ ନିଜେ ହୋଟେଲର ରେଜିଷ୍ଟର ଦେଖିଥିଲେ। ସେଥିରେ ସୀମା ଓ ସଚିନଙ୍କ ନାମ ନଥିଲା, ଯାହ ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ଗଣେଶ କହିଛନ୍ତି, ‘‘ମୋ ପରିବାର ସହିତ ସଚିନ ଓ ସୀମା ମିଶିଯିବା ସହିତ ମୋ ସହ ଫଟୋ ଉଠାଇ ରିଲ ବି କରିଥିଲେ। ତାଙ୍କ ରିଲରୁ ଜଣାପଡୁଥିଲା କି ସେ ଦୁହେଁ ହୋଟେଲରେ ବିବାହ କରିଥିଲେ। ଏହାପରେ ଦର୍ଶନ ପାଇଁ ପଶୁପତିନାଥ ମନ୍ଦିର ଯାଇଥିଲେ। ୭ଦିନ ରହିବା ଭିତରେ ସୀମା ଥରଟେ ହେଲେ ବି କହି ନାହାନ୍ତି କି ସେ ପାକିସ୍ତାନରୁ ଆସିଛନ୍ତି ବୋଲି। ସେ ସମସ୍ତଙ୍କୁ ଜଣାଉଥିଲେ ସେ ଜଣେ ଭାରତୀୟ ମହିଳା।’’

Leave a Reply

Your email address will not be published. Required fields are marked *