Spread the love

ନୂଆପଡ଼ା : ନୂଆପଡ଼ା ଜିଲ୍ଲା କୋମନା ରେଞ୍ଜ ବିରୁନପଦର ଗାଁରେ ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ନାଁ ଘନଶ୍ୟାମ ପଟେଲ।
ଆଜି ସକାଳେ ବିରୁନପଦର ଗାଁ ନିକଟସ୍ଥ ବିଜାଖମନ ଜଙ୍ଗଲ ଭିତରେ ଥିବା ଦାବରି ମୁଣ୍ତା ପୋଖରୀକୁ ଘନଶ୍ୟାମ ପଟେଲ ଓ ତାଙ୍କ ପୁଅ ଚଇତୁ ପଟେଲ ଗାଧୋଇବାକୁ ଯାଇଥିଲେ। ସେତେବେଳେ ହଠାତ୍ ଏକ ଭାଲୁ ପ୍ରଥମେ ଘନଶ୍ୟାମଙ୍କୁ ଆକ୍ରମଣ କରି ଥିଲା। ଚଇତୁ ତାଙ୍କ ବାପାଙ୍କୁ ରକ୍ଷା କରିବାକୁ ପ୍ରୟାସ କଲା ବେଳେ ଭାଲୁଟି ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା।
ବାପପୁଅ ଚିତ୍କାର କରିବାରୁ ଗାଁ ଲୋକ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଚଇତୁଙ୍କୁ ବଞ୍ଚାଇ ଦେଲେ। କିନ୍ତୁ ଘନଶ୍ୟାମ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।
ଆହତ ଚଇତୁଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ ତାଙ୍କ ପରିବାରକୁ କ୍ଷତିପୂରଣ ଦେବା ଦାବିରେ ଗାଁ ଲୋକେ ୩୫୩ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *