Spread the love

ନୂଆଦିଲ୍ଲୀ : ଏଲନ ମସ୍କ ମୁଖିଆ ହେବା ପରଠୁ ସବୁବେଳେ ଟେନସନ୍‌ ବଢ଼ାଉଛି ‘Twitter’ । ‘Twitter’ର ଅଜବ ନିୟମ ୟୁଜର୍ସଙ୍କୁ ନାକେଦମ କରୁଛି। କେତେବଳେ ବ୍ଲୁ ଟିକ୍‌ ପାଇଁ ଟେନସନ୍‌ ଦେଉଛି ତ କେତେବେଳେ ପୋଷ୍ଟିଂ ଉପରେ ଲଗାଉଛି କଟକଣା। ‘Twitter’ ଆକାଉଣ୍ଟଧାରୀ ନିଜ ଆକାଉଣ୍ଟକୁ ବଜାୟ ରଖିବାକୁ ଦିନକୁ ଦିନ ନୂଆ ସଂଘର୍ଷର ସାମନା କରି ଅତିଷ୍ଠ ହୋଇ ପଡ଼ିଲେଣି। ଏପରି ସମୟରେ ‘Twitter’ର ବିକଳ୍ପ ଭାବେ ମୁଣ୍ଡ ଟେକୁଛି ‘ Threads ’ ।
‘ Threads ’ ଏକ ଇନଷ୍ଟାଗ୍ରାମ ଆପ୍‌ ହୋଇଥିବା ବେଳେ ଏହାକୁ ମେଟା ଟିମ୍‌ ଲଞ୍ଚ କରିଛନ୍ତି। ‘ Threads ’ ଟେକ୍ସଟ ମେସେଜ ଉପରେ ଅଧିକ ଗୁରୁତ୍ୱ ଦେଉଛି।
ଏହି ଆପ୍‌ ଏବେ ଆଇ ଫୋନ୍‌ର ଆପ୍‌ ଷ୍ଟୋରରେ ଓ ସ୍ମାର୍ଟ ଫୋନ୍‌ର ଗୁଗଲ ପ୍ଲେ ଷ୍ଟୋରରେ ଉପଲବ୍ଧ ଅଛି। ମେଟା ପକ୍ଷରୁ‘ Threads ’ ପାଇଁ ଏକ ୱେବସାଇଟ୍‌ ଗତକାଲି ଲଞ୍ଚ ହୋଇଛି। ଏହା ଏବେ ୧୦୦ରୁ ଅଧିକ ଦେଶରେ ଉପଲବ୍ଧ ଅଛି। ମାତ୍ର ସୁରକ୍ଷା ଦୃଷ୍ଟିକୋଣରୁ ଏହି ଆପ୍‌କୁ ୟୁରୋପିଆନ ଦେଶମାନଙ୍କରେ ପ୍ରବେଶ କରିବାକୁ ଅନୁମତି ମିଳିନି। କାରଣ ମେଟା ଆପ୍‌ର ବିଭିନ୍ନ ସାଇଟ୍‌ରେ ଡାଟା ଶେଆର କରାଯାଉଥିବା କୁହାଯାଉଥିବା ବେଳେ ଏହାକୁ ୟୁରୋପିଆନ ସଂଘ ଅନୁମତି ଦେଉନି।
ମେଟା ପକ୍ଷରୁ ଗତକାଲି ଏହାର ଅଫିସିଆଲ ୱେବ ସାଇଟ୍‌ ଲଞ୍ଚ କରାଯାଇଛି। ଏହି ନୂଆ ଆପ୍‌ରେ ଟେକ୍ସଟ ମେସେଜ ସହ ଲିଙ୍କ ଶେଆର କରିହେବ । ଏଥିସହ ପୋଷ୍ଟର ରିପ୍ଲାଏ ଦିଆଯିବା ସହ ତାହାକୁ ରିପୋଷ୍ଟ ବି କରାଯାଇ ପାରିବ ବୋଲି ମେଟାର ଚିଫ ଏକଜିକ୍ୟୁଟିଭ ଅଫିସର ମାର୍କ ଜୁକରବର୍ଗ ସୂଚନା ଦେଇଛି।
ମେଟା ଏହି ପ୍ଲାଟଫର୍ମକୁ ସମସ୍ତଙ୍କ ପାଇଁ ଉନ୍ମୁକ୍ତ ରହିଛି। ଫଳରେ ଭବିଷ୍ୟତରେ ଏହା ଅନ୍ୟ ସୋଶାଲ ମିଡିଆ ସହ ତାଳ ଦେଇ ସେବା ଯୋଗାଇବା ଲକ୍ଷ୍ୟ ରଖିଛି।
ୱେବ ସାଇଟ୍‌ ଲଞ୍ଚ ଅବସରରେ ମାର୍କ ଜୁକରବର୍ଗ କହିଛନ୍ତି, ଏହି ସୋଶାଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଆମେ ଏକ ବିଲିୟନରୁ ଅଧିକ ୟୁଜର୍ସଙ୍କ ସହ ଯୋଗାଯୋଗ କରିବାକୁ ଲକ୍ଷ୍ୟ ରଖିଛୁ। ଟ୍ୱିଟର ପାଖରେ ଏଥିନିମନ୍ତେ ସବୁ ପ୍ରକାର ସୁଯୋଗ ଥିଲେ ବି ସେ ତାହାର ସଦଦବ୍ୟବହାର କରି ପାରିନି। କିନ୍ତୁ ଆମେ ଏହି ଟାର୍ଗେଟ ପୂରଣ କରିବାକୁ ଆଶା ରଖିଛୁ ବୋଲି ସେ କହିଛନ୍ତି। ଏଥିସହ ଏଲକ ମସ୍କ ଆମର ଜଣେ ଭଲ ପ୍ରତିଦ୍ୱନ୍ଦ୍ୱୀ ହେବେ ବୋଲି ସେ କହିଛନ୍ତି।
‘ Threads ’କୁ ‘Twitter’ ର କଡ଼ା ପ୍ରତିନ୍ଦ୍ୱନ୍ଦୀ ରୂପେ ବିବେଚନା କରାଯାଉଥିବାରୁ Twitter’ ନିଜ ପ୍ଲାଟଫର୍ମରେ ‘ Threads’ ସମ୍ପର୍କୀତ କୌଣସି ଖବର ପ୍ରକାଶ କରିବାକୁ ଆଗ୍ରହ ପ୍ରକାଶ କରୁନି। ‘Twitter’ କୁ ଏବେ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଉଥିବା ବେଳେ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରୁଛି ।
ୟୁଜର୍ସମାନଙ୍କ ନିମନ୍ତେ ସମଗ୍ର ବିଶ୍ୱ ସହ ଯୋଗସୂତ୍ର ରକ୍ଷା କରବା ପ୍ରକ୍ରିୟାକୁ ସରଳୀକରଣ କରିବା ନିମନ୍ତେ Threadsକୁ ଉନ୍ନତ କରାଯାଇଥିବା ମେଟା ପକ୍ଷରୁ କୁହାଯାଇଛି। ଏହାଦ୍ୱାରା ବିଶ୍ୱର ବିଭିନ୍ନ କୋଣରେ ରହୁଥିବା ଲୋକେ ନିଜ କମ୍ୟୁନିଟି ସହ ଯୋଗାଯୋଗ କରି ପାରିବେ ବୋଲି ମେଟା ପକ୍ଷରୁ କୁହାଯାଇଛି। ଏଥିସହ ନିକଟ ଭବିଷ୍ୟତରେ ୟୁର୍ଜଙ୍କ ପାଇଁ ଯୁଗପଯୋଗୀ ଆଜି କିଛି ଆପ୍‌ର ଉନ୍ନତ କରାଯିବ ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *