Spread the love

ଜମ୍ମୁ : ପୁରୀ ଶ୍ରୀମନ୍ଦିରରେ ପ୍ରସ୍ତାବିତ ଡ୍ରେସ୍ କୋଡକୁ ନେଇ ରାଜ୍ୟରେ ବିତର୍କ ଚାଲିଥିବାବେଳେ ଜମ୍ମୁର ଏକ ମନ୍ଦିରରେ ଡ୍ରେସ କୋଡ୍ ( ପୋଷାକ ନିୟମ) ଲାଗୁ ହୋଇଛି । ମନ୍ଦିରକୁ ଜିନ୍ସ, ମିନି ସ୍କର୍ଟ ଆଦି ପିନ୍ଧି ଯିବାକୁ ବାରଣ କରାଯାଇଛି । ଏହି ମନ୍ଦିର ହେଉଛି ଜମ୍ମୁର ରକ୍ଷାକର୍ତ୍ତୀ ଭାବେ ପରିଚିତ ପ୍ରସିଦ୍ଧ ବାଓ୍ବେ ଓ୍ବାଲି ମାତା ମନ୍ଦିର । ମା କାଳୀଙ୍କ ପାଇଁ ସମର୍ପିତ ଏହି ମନ୍ଦିରଟି ତାଓ୍ବି ନଦୀ କୂଳରେ ଅବସ୍ଥିତି ଐତିହାସିକ ବାହୁ ଦୁର୍ଗ ମଧ୍ୟରେ ଅବସ୍ଥିତ ।
‘ବାୱେ ଓ୍ଵାଲି ମାତା’ ମନ୍ଦିରର ପରିଚାଳନା ପକ୍ଷରୁ ଶ୍ରଦ୍ଧାଳୁଙ୍କ ପାଇଁ ଏହି ଡ୍ରେସ କୋଡ ସ୍ଥିର କରାଯାଇଛି। ଏହା ଅଧୀନରେ ଶ୍ରଦ୍ଧାଳୁମାନେ ଭଲ ପୋଷାକ ପିନ୍ଧିବା, ମୁଣ୍ଡ ଢାଙ୍କିବା, ମିନି ସ୍କାର୍ଟ ଓ ରିପଡ୍ ଜିନ୍ସ ପିନ୍ଧିବା ଆଦି ନ କରିବାକୁ ଅନୁରୋଧ କରାଯାଇଛି ।
ମନ୍ଦିର ପରିଚାଳନା ପକ୍ଷରୁ ଜାରି ନୋଟିସରେ କୁହାଯାଇଛି ଯେ, ମନ୍ଦିର ପରିସରରେ ପ୍ରବେଶ କରିବା ପୂର୍ବରୁ ଭକ୍ତମାନେ ଭଲ ପୋଷାକ ପିନ୍ଧିବା ସହ ମୁଣ୍ଡ ଢାଙ୍କିବେ । ସେହିପରି ହାଫ୍ ପ୍ୟାଣ୍ଟ, ବରମୁଡା ସର୍ଟସ, ମିନିସ୍କର୍ଟ, ନାଇଟ୍ ସୁଟ୍, ରିପ୍ଡ୍ ଜିନ୍ସ ଓ କାପ୍ରି ପ୍ୟାଣ୍ଟକୁ ନିଷିଦ୍ଧ କରାଯାଇଛି। ଏ ସଂକ୍ରାନ୍ତରେ ମୁଖ୍ୟ ପୂଜକ ମହନ୍ତ ବିଟ୍ଟା ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ଆଦେଶ ନୁହେଁ, ବରଂ ଏକ ଉପଦେଶ। ମନ୍ଦିରକୁ ଆସୁଥିବା ସମସ୍ତ ଶ୍ରଦ୍ଧାଳୁଙ୍କୁ ଶୃଙ୍ଖଳା ବଜାୟ ରଖିବାକୁ ଅନୁରୋଧ କରାଯାଇଛି। ଲୋକମାନେ ମନ୍ଦିରକୁ ଏକ ପିକନିକ୍ ସ୍ପଟରେ ପରିଣତ କରିଛନ୍ତି ଏବଂ ଏହାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ସେ କହିଛନ୍ତି।

 

Leave a Reply

Your email address will not be published. Required fields are marked *