Spread the love

ସମ୍ବଲପୁର : ବୁର୍ଲା ଭୀମସାର ମେଡିକାଲ କଲେଜରେ ଦୁଇ ଛାତ୍ର ଗୋଷ୍ଠୀ ମଧ୍ଯରେ ଗଣ୍ଡଗୋଳ ଘଟଣାରେ ବୁର୍ଲା ଥାନାରେ ରୁଜୁ ହେଲା ମାମଲା । ବିଳମ୍ବିତ ରାତିରେ ରୁଜୁ ହେଲା ମାମଲା। ଭୀମସାର ଡିନ୍‌ଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି ପୋଲିସ। ଅଜଣା ବ୍ୟକ୍ତିଙ୍କ ନାମରେ ହୋଇଛି ମାମଲା ରୁଜୁ। ଜିନିଷ ପତ୍ର ନଷ୍ଟ କରିବା ନେଇ ହୋଇଛି ମାମଲା ରୁଜୁ ।ଏହା ପରେ ପୋଲିସ ମାମଲା ରୁଜୁ କରି ଭୀମସାର କିଛି ଛାତ୍ରଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ ବୁର୍ଲା ମେଡିକାଲରେ ଆୟୋଜିତ ହେବାକୁ ଥିବା ‘ୟୁଫୋରିଆ’ରେ ବ୍ରହ୍ମପୁର ଛାତ୍ର ଭାଗ ନେବାକୁ ଆସିଥିବାବେଳେ ଏଭଳି ଗଣ୍ଡଗୋଳ ହୋଇଥିଲା । ଭୀମସାରରେ ଆସନ୍ତା ୭ ତାରିଖରୁ ଆନ୍ତଃ ମେଡିକାଲ କଲେଜ କ୍ରୀଡା ଓ ସାଂସ୍କୃତିକ ଉତ୍ସବ ୟୁଫୋରିଆ ଆୟୋଜିତ ହେଉଛି । ଏହା ୧୦ ତାରିଖ ଯାଏଁ ଚାଲିବ। ଏଥିରେ ଭାଗ ନେବା ପାଇଁ ପ୍ରଥମ ବ୍ୟାଚ୍‌ରେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌ରୁ ୭୦ ଛାତ୍ର ଏକ ବସ୍‌ରେ ବୁର୍ଲା ଯାଇଥିଲେ। ବସ୍‌ଟି ସେଠାରେ ପହଞ୍ଚିବା ପରେ ଭୀମସାର୍‌ ମେଡ଼ିକାଲ୍‌ କଲେଜର ଛାତ୍ରଛାତ୍ରୀମାନେ ୱେଲ୍‌କମ୍ ନାଁରେ ବସ୍‌ ଉପରକୁ ଫାୟାର ଏକ୍ସଟିଂଗୁଇସ ଫିଙ୍ଗିଥିଲେ। ଫାୟାର ଏକ୍ସଟିଂଗୁଇସଟି ବସ୍‌ ଭିତରେ ପଡ଼ି ଗ୍ୟାସ୍‌ ନିର୍ଗତ ହୋଇଥିଲା। ଫାୟାର ଏକ୍ସଟିଂଗୁଇସରୁ ନିର୍ଗତ ଗ୍ୟାସ୍‌ ସଂସ୍ପର୍ଶରେ ଆସି ୫ଜଣ ଛାତ୍ର ଅସୁସ୍ଥ ହୋଇପଡ଼ିଥିଲେ। ଏହାକୁ ନେଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୁର୍ଲା ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ତେବେ କେଉଁ କାରଣ ପାଇଁ ଦୁଇ ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିଲା ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ।

Leave a Reply

Your email address will not be published. Required fields are marked *