Spread the love

ନୂଆଦିଲ୍ଲୀ: ବାଇଜୁସ୍‌ ରବିଚନ୍ଦ୍ରନଙ୍କ ଏଡ୍‌ଟେକ୍ କମ୍ପାନି ବାଇଜୁସ୍‌ ସଙ୍କଟ ମଧ୍ୟ ଦେଇ ଗତି କରୁଛି। କରୋନା ମହାମାରୀ ସମୟରେ ବିପୁଳ ଲୋକପ୍ରିୟତା ଓ ପାଣ୍ଠି ହାସଲ କରିଥିବା ଏହି ସଂସ୍ଥା ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ସଂଘର୍ଷ କରୁଛି। କମ୍ପାନି ପାଇଁ ଗୋଟିଏ ପରେ ଗୋଟିଏ ଅଡ଼ୁଆ ସୃଷ୍ଟି ହେବାରେ ଲାଗିଛି। ଅତୀତରେ କମ୍ପାନିର ବିସିସିଆଇ ସହିତ ଚୁକ୍ତିନାମା ଭାଙ୍ଗିବାର ଖବର ଆସିଥିଲା। ବର୍ତ୍ତମାନ କମ୍ପାନିକୁ ଆଉ ଏକ ବଡ ଝଟକା ଲାଗିଛି। ଏକ ରିପୋର୍ଟ ଅନୁଯାୟୀ, କିଙ୍ଗ ଖାନ ଶାହରୁଖ ବାଇଜୁସ୍‌ କମ୍ପାନି ସହ ନିଜ ଚୁକ୍ତିର ନବୀକରଣ କରିବେ ନାହିଁ। ଶାହରୁଖ ଖାନ ୨୦୧୭ରେ ଏହି ଏଡେଟେକ୍ କମ୍ପାନି ସହିତ ଯୋଡି ହୋଇଥିଲେ।
ରିପୋର୍ଟରେ କୁହାଯାଇଛି ଯେ ଶାହାରୁଖ ଖାନଙ୍କ ସହ ବାଇଜୁସ୍‌ କରିଥିବା ଚୁକ୍ତି ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଶେଷ ହେବ ଏବଂ ଏହା ପରେ ଅଭିନେତା ଚୁକ୍ତି ନବୀକରଣ କରିବେ ନାହିଁ। କ୍ଷତିରେ ଚାଲିଥିବାରୁ ଶାହାରୁଖ ଖାନଙ୍କ ଟିମ୍ ମଧ୍ୟ ଏଡେଟେକ୍ କମ୍ପାନି ବାଇଜୁସ୍‌ ସହିତ ଯୋଡି ହୋଇ ରହିବାକୁ ଚାହୁନାହାନ୍ତି।
ତେବେ ନିକଟରେ ଏହି ସଂସ୍ଥା ଋଣ ଶୁଝିବାରେ ବିଫଳ ହୋଇଥିଲା। ୨୦୨୦-୨୧ରେ ୪,୫୦୦ କୋଟି ଟଙ୍କାର କ୍ଷତି ସହିଥିବା ବେଳେ କିଛି ଦିନ ତଳେ କମ୍ପାନିର ତିନି ଜଣ ନିର୍ଦ୍ଦେଶକ ଜି ଭି ରବିଶଙ୍କର, ଭିଭିଆନ୍ ଉ ଏବଂ ରସେଲ୍‌ ଡ୍ରେସେନ୍ ଷ୍ଟକ୍ ଇସ୍ତଫା ଦେଇଥିଲେ।ହେଲେ ତିନି ନିର୍ଦ୍ଦେଶକ ଇସ୍ତଫା ଦେଇଥିବା ଖବରକୁ ବାଇଜୁସ୍ ଖଣ୍ଡନ କରିଥିଲା। ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି କମ୍ପାନି ଜଣାଇଥିଲା।

Leave a Reply

Your email address will not be published. Required fields are marked *