Spread the love

ନୂଆଦିଲ୍ଲୀ : ଜାତୀୟ ଟେଷ୍ଟିଂ ଏଜେନ୍ସି ପକ୍ଷରୁ କରାଯାଇଥିବା (ନିଟ୍ ) ୨୦୨୩ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଉତ୍ତୀର୍ଣ୍ଣ ପ୍ରାର୍ଥୀଙ୍କ ମଧ୍ୟରେ ୫୨୧ ଜଣ ବିଦେଶୀ ଓ ୫୩୩ ଜଣ ପ୍ରବାସୀ ଭାରତୀୟ ଅନ୍ତର୍ଭୁକ୍ତ ଅଛନ୍ତି । ଓଡ଼ିଶାରୁ ପ୍ରାୟ ୫୭୦୯୨ ଜଣ ଏହି ପରୀକ୍ଷା ପାଇଁ ପଂଜୀକରଣ କରିଥିବାବେ​ଳେ ୫୫୮୬୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮୩୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ତାମିଲନାଡ଼ୁର ପ୍ରଭଞ୍ଜନ ଜେ. ଓ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ରଖି ସାରା ଦେଶରେ ଟପ୍ପର ହୋଇଛନ୍ତି । ଓଡ଼ିଶାର ସ୍ବୟଂ ଶକ୍ତି ତ୍ରିପାଠୀ ୭୧୫ ମାର୍କ ରଖିବା ସହ ସାରା ଦେଶରେ ୮ମ ସ୍ଥାନରେ ଅଛନ୍ତି । ସେହିପରି ଓଡ଼ିଶାର ସୂର୍ଯ୍ଯ ପ୍ରତାପ ମିଶ୍ର ୭୧୦ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୩୫ ତମ ସ୍ଥାନରେ ଅଛନ୍ତି ।
ସେହିପରି ପ୍ରଞ୍ଜାଲ୍ ଅଗ୍ରଓ୍ବାଲ୍ ଝିଅମାନଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ସ୍ତରରେ ୪ ନମ୍ବର ରାଙ୍କ ପାଇଛନ୍ତି । ଝିଅ ମାନଙ୍କ ମଧ୍ୟରେ ଓଡ଼ିଶାର ଅଭିପସା ଚୌଧୁରୀ ୧୬ତମ ସ୍ଥାନରେ ( ସାମଗ୍ରିକ ରାଙ୍କ ୬୩) ଅଛନ୍ତି ।

Leave a Reply

Your email address will not be published. Required fields are marked *