Spread the love

ବାଲେଶ୍ୱର: ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱ ଶୋକ ପ୍ରକାଶ କରିଛି। ଏହି କ୍ରମରେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କିଭଳି ଭାବେ ଦୁର୍ଘଟଣାଗ୍ରସ୍ତ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ତା ଉପରେ କାମ କରୁଛନ୍ତି । ଏପଟେ ଓଡ଼ିଶା ପୁଲିସ ତରଫରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀମାନଙ୍କର ତାଲିକା ପ୍ରକାଶ କରିଛି । ଆପଣ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ କରି ଏଥିରେ ଆପଣଙ୍କର କେହି ସଂପର୍କୀୟ ଅଛନ୍ତି କି, ନାହିଁ ଜାଣିପାରିବେ।
ସୂଚନାଯୋଗ୍ୟ, ଶୁକ୍ରବାର ସନ୍ଧ୍ୟାରେ କରମଣ୍ଡଳ ଏକ୍ସପ୍ରେସ୍‌ (୧୨୮୪୧)ଟ୍ରେନ୍‌ ଓ ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସ୍‌ (୧୨୮୬୪) ଧକ୍କା ହୋଇ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଓ ତାମିଲନାଡୁ ସମେତ ସାରା ଦେଶବାସୀ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଟ୍ରେନ୍‌ ଦୁର୍ଘଟଣାରେ ଏପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୨୬୧ରେ ପହଞ୍ଚି ଥିଲା ବେଳେ ଆହୁରି ୭୦୦ ଆହତଙ୍କର ଚିକିତ୍ସା ବାଲେଶ୍ବର ଓ କଟକ ସମେତ ଅନ୍ୟ ଡାକ୍ତରଖାନାରେ ଜାରି ରହିଛି। ସେମାନଙ୍କର ମଧ୍ୟରୁ ଶତାଧିକ ଯାତ୍ରୀଙ୍କର ଅବସ୍ଥା ସଂକଟାପନ୍ନ ରହିଛି।

Leave a Reply

Your email address will not be published. Required fields are marked *