Spread the love

କଟକ: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ନିକଟରେ ଶୁକ୍ରବାର ସନ୍ଧ୍ୟାରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣା ଯୋଗୁଁ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ୨୬୧ ଯାତ୍ରୀଙ୍କର ମୃତ୍ୟୁ ଘଟି ସାରିଥିବା ବେଳେ ପ୍ରାୟ ୯୦୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରୁ କିଛି ଯାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏହି ଟ୍ରେନ୍‌ ଯାତ୍ରାର ସାମ୍ନା କରିବା ପରେ ଯାତ୍ରୀମାନଙ୍କ ଯାତ୍ରା ଅଧାରେ ରହିଯାଇଛି। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ସୁଧୀର ପାତ୍ରଙ୍କ ସାନଭାଇଙ୍କ ଜଗା ଦର୍ଶନ ଅଧାରେ ରହିଯାଇଛି। ଟ୍ରେନ୍‌ ଦୁର୍ଘଟଣା କାରଣରୁ ତାଙ୍କର ପରିବାର ଏବେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ଭୋଗରାଇ ଅଞ୍ଚଳର ସୁଧୀର ପାତ୍ରଙ୍କ ସାନ ଭାଇ ଓ ତାଙ୍କ ପରିବାର ପୁରୀ ଜଗନ୍ନାଥ ଦର୍ଶନ କରିବା ପାଇ ବାଲେଶ୍ୱରରୁ କରମଣ୍ଡଳ ଏସ୍କପ୍ରେସରେ ବାହାରିଥିବା ବେଳେ ବହନଗା ଠାରେ ଟ୍ରେନ ଦୁର୍ଘଟଣା ଘଟିଥିଲା। ତେବେ ତାଙ୍କ ସାନ ଭାଇ ନୀଳାମ୍ବର ପାତ୍ରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଦୁଇ ଜଣ ବାଲେଶ୍ୱର ମେଡିକାଲରେ ଚିକିତ୍ସା ହେଉଥିବା ବେଳେ ପରିବାରର ଅନ୍ୟ ଦୁଇଜଣ କଟକ ଏସସିବି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏସସିବି ମେଡିକାଲରେ ବହୁ ଭଲ ଭାବେ ଚିକିତ୍ସା କରାଯାଉଥିବା କହିଛନ୍ତି ସୁଧୀର।

Leave a Reply

Your email address will not be published. Required fields are marked *