Spread the love

ଭୁବନେଶ୍ବର: ମିସନ ଶକ୍ତି ସ୍କୁଟର ଯୋଜନା ଅଧୀନରେ ସ୍ବୟଂ ସହାୟକ ଗ୍ରୁପ (ଏସ୍‌ଏଚ୍‌ଜି) ମହିଳାଙ୍କୁ ଋଣ ପ୍ରଦାନ ବେଳେ ମାର୍ଜିନ ମନି ଛାଡ଼ କର ବୋଲି ମିସନ ଶକ୍ତି ସଚିବ ସୁଜାତା ଆର କାର୍ତ୍ତିକେୟନ କହିଛନ୍ତି। ଏସ୍‌ଏଲ୍‌ବିସିର ୧୭୧ତମ ବୈଠକ ଅବସରରେ ବ୍ୟାଙ୍କ ଗୁଡ଼ିକୁ ଏଭଳି ଅନୁରୋଧ କରିଛନ୍ତି ମିସନ ଶକ୍ତି ସଚିବ। ସଚିବ କହିଛନ୍ତି, ସ୍କୁଟର ଋଣ ବେଳେ ବ୍ୟାଙ୍କଗୁଡ଼ିକ ମାର୍ଜିନ ମନି ବା ଡାଉନପେମେଣ୍ଟ ଅର୍ଥ ଗ୍ରାହକଙ୍କୁ ଦେବାକୁ କହୁଛନ୍ତି । ଏହାଦ୍ୱାରା ବହୁ ଏସ୍‌ଏଚ୍‌ଜି ମହିଳା ସ୍କୁଟର ନେବା ଲାଗି ଅସମର୍ଥ ହେଉଛନ୍ତି । ତେଣୁ ଏହି ମାର୍ଜିନ ମନି ଛାଡ଼ କରିବାକୁ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି । ଏହାଛଡ଼ା ପଞ୍ଚାୟତ ସ୍ତରରେ ଥିବା ଏସ୍‌ଏଚ୍‌ଜି ଫେଡରେସନ ବ୍ୟାଙ୍କ ଆକାଉଣ୍ଟ ଗୁଡ଼ିକ କ୍ଷେତ୍ରରେ କ୍ୟାଶ ହ୍ୟାଣ୍ଡଲିଂ ଚାର୍ଜ ଛାଡ଼ ଲାଗି ମଧ୍ୟ ସେ ବ୍ୟାଙ୍କ ଗୁଡ଼ିକୁ ଅନୁରୋଧ କରିଛନ୍ତି।

Leave a Reply

Your email address will not be published. Required fields are marked *