Spread the love

ଭୁବନେଶ୍ବର: ରାଜ୍ୟର ରାଜଧାନୀ ଭୁବନେଶ୍ବରରେ ବୁଧବାର ୩ଟି ଫିଫା ମାନର ଫୁଟବଲ ଟ୍ରେନିଂ ସେଣ୍ଟର୍ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟ୍ରେନିଂ ସେଣ୍ଟର୍ ଗୁଡ଼ିକୁ ଲୋକାର୍ପିତ କରିଛନ୍ତି। ୩ଟି ଟ୍ରେନିଂ ସେଣ୍ଟର ମଧ୍ୟରେ ରହିଛି ଭୁବନେଶ୍ୱର ଫୁଟବଲ ଏକାଡେମୀ, ଓଡ଼ିଶା ଫୁଟବଲ ଏକାଡେମୀ ଓ କ୍ୟାପିଟାଲ ଫୁଟବଲ ଏରେନା। ଏହି ଏକାଡେମୀଗୁଡ଼ିକରେ ପିଲାଙ୍କୁ ଫୁଟବଲ ଖେଳ ପାଇଁ ଟ୍ରେନିଂ ଦିଆଯିବ। ହକି ପରି ଓଡ଼ିଶାରେ ଫୁଟବଲକୁ ମଧ୍ୟ ଗୁରୁତ୍ଵ ଦେଇଛନ୍ତି ରାଜ୍ୟ ସରକାର ବୋଲି କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରତିକ୍ରିୟା ରଖିଛନ୍ତି।
ସେହିପରି କଳିଙ୍ଗ ଷ୍ଟାଡିୟମ ମଧ୍ୟରେ ଅଭ୍ୟାସ ପାଇଁ ଏକ ଗ୍ରାଉଣ୍ଡ ଏବଂ ୟୁନିଟ-୧ରେ ଏକ ସିନ୍ଥେଟିକ ଗ୍ରାଉଣ୍ଡ ମଧ୍ୟ ଉଦଘାଟିତ ହୋଇଛି। ଏହାର ନିର୍ମାଣ ପାଇଁ ୯୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଉଦ୍‌ଘାଟନୀ ଉତ୍ସବରେ ସାମିଲ ହୋଇଥିଲେ ଭାରତୀୟ ସିନିୟର ଫୁଟବଲ ଟିମ ଓ ଟିମର କୋଚ।

Leave a Reply

Your email address will not be published. Required fields are marked *