Spread the love

ପୁରୀ : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଯୋରକଣି ଗାଁର ଏକ କୂଅରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଯୌତୁକ ପାଇଁ ତାଙ୍କୁ ଶାଶୁ ଘର ଲୋକେ ହତ୍ୟା କରିଥିବା ତାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି।
ମୃତ ମହିଳାଙ୍କ ନାଁ ଦୀପିକା ସାହୁ। ତାଙ୍କୁ ୨୪ ବର୍ଷ ହୋଇଥିଲା। ୨୦୨୦ରେ ସେ ଯୋରକଣି ଗାଁର ସୁଦର୍ଶନ ସାହୁଙ୍କ ପୁଅ ଦୀପକ କୁମାର ସାହୁଙ୍କୁ ବିବାହ କରିଥିଲେ।
ଏହା ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ବୋଲି ମୃତ ଦୀପିକାଙ୍କ ଭାଇ ପ୍ରକାଶ କୁମାର ସାହୁ ଅଭିଯୋଗ କରିବା ସହିତ ଡେଲାଙ୍ଗ ଥାନାରେ ଏତଲା ଦେଇଛନ୍ତି।
ପ୍ରକାଶଙ୍କ ଅଭିଯୋଗ ଅନୁଯାୟୀ, ବାହାଘରର ଦୁଇ ମାସ ପରଠୁ ଯୌତୁକ ପାଇଁ ଦୀପିକାଙ୍କୁ ତାଙ୍କ ଶ୍ୱଶୁର, ଶାଶୁ ଓ ସ୍ୱାମୀ ନିର୍ଯାତନା ଦେଇ ଆସୁଥିଲେ। ପୁଲିସ ମୃତଦେହକୁ ଜବତ କରିଥିବା ବେଳେ ଘଟଣାର ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *