Spread the love

ଯାଜପୁର : ବ୍ରାହ୍ମଣୀ ନଦୀର ଆର ପାର୍ଶ୍ୱରେ ଥିବା ଚାଷ ଜମିକୁ ଯାଉଥିଲେ। ହଠାତ୍‌ ନଦୀରେ ପାଣି ବଢ଼ି ଯାଇଥିଲା। ଯେଉଁଥିଲେ ଚାଷୀ ଜଣକ ଭାସି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳିନାହିଁ। ଆଜି ଏପରି ହୃଦୟବିଦାରକ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।
ସୁକିନ୍ଦା ବ୍ଲକ୍‌ ହାତୀବାରି ଗାଁର କୈଳାସ ନାଏକ ଆଜି ଅପରାହ୍ନରେ ବ୍ରାହ୍ମଣୀ ନଦୀ ପାର ହୋଇ ନିଜ ଚାଷ ଜମିକୁ ଯାଉଥିଲେ। ସେ ନଦୀ ଅତିକ୍ରମ କରୁଥିବା ବେଳେ ଜଳସ୍ତର ବୃଢ଼ି ପାଇଥିଲା। ଫଳରେ କୈଳାସ ନାଏକ ନଦୀର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସ୍ଥାନୀୟ ଲୋକେ ବହୁତ ଖୋଜା ଖୋଜି କରିଥିଲେ ମଧ୍ୟ କୈଳାସଙ୍କ ପତ୍ତା ପାଇନଥିଲେ। ପରେ ଏନେଇ ସୁକିନ୍ଦା ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ନଦୀ ଗର୍ଭରେ ଖୋଜା ଖୋଜି ଜାରି ରଖିଛି। ହେଲେ ବର୍ତ୍ତମାନ ସୁଦ୍ଧା କୈଳାସଙ୍କ ପତ୍ତା ମିଳିନାହିଁ।

Leave a Reply

Your email address will not be published. Required fields are marked *