Spread the love

ନୂଆଦିଲ୍ଲୀ: ଲଞ୍ଚ୍‌ ହେଲା ଭର୍ଜ ମୋଟରସାଇକେଲର ନୂଆ ମଡେଲ୍‌। ଏହି ବାଇକ୍କୁ ଫର୍ମୁଲା ୱାନ୍ (ଏଫ୧) ରେସର ମିକା ହାକକିନ୍ ଡିଜାଇନ୍ କରିଛନ୍ତି । କମ୍ପାନି ଏହାର ମାତ୍ର ୧୦୦ ୟୁନିଟ୍ ବିକ୍ରି କରିବ । କମ୍ପାନି ଏହି ନୂଆ ବାଇକ୍‌କୁ ଷ୍ଟାଇଲିସ୍ ଲୁକ୍ ଦେବା ସହ ଏହାର ମୂଲ୍ୟ ପ୍ରାୟ ୭୧.୪୮ ଲକ୍ଷ ଟଙ୍କା ରଖିଛି। ଗୋଟିଏ ଚାର୍ଜରେ ୩୫୦ କିଲୋମିଟର ଦୂରତା ଗତି କରିବ ଏହି ବାଇକ୍। ଏହି ବାଇକର ବ୍ୟାଟେରି ଫାଷ୍ଟ ଚାର୍ଜିଂ ହୋଇଥାଏ ଏବଂ ବାଇକ୍ ଶୀଘ୍ର ଚାର୍ଜ କରିବାକୁ ମାତ୍ର ୩୫ ମିନିଟ୍ ସମୟ ନେଇଥାଏ। ଏହି ବାଇକରେ ମିକା ହାକକିନଙ୍କ ଦସ୍ତଖତ ମଧ୍ୟ ରହିଛି। ଯାହା ପ୍ରଶଂସକ ମାନଙ୍କ ପାଇଁ ଅଟୋଗ୍ରାଫ୍ ଠାରୁ କମ୍ ନୁହେଁ।
ବାସ୍ତବରେ, ଫିନଲ୍ୟାଣ୍ଡର ପ୍ରମୁଖ ଭର୍ଜ ମୋଟରସାଇକେଲ୍ ଏହାର ପ୍ରସିଦ୍ଧ ଇଲେକ୍ଟ୍ରିକ୍ ବାଇକ୍ ଟିଏସ ପ୍ରୋକୁ ନୂଆ କରି ମିକା ହାକକିନ୍ ଲିମିଟେଡ୍ ଏଡିସନ୍ ଦ୍ୱାରା ଲଞ୍ଚ୍‌ କରାଯାଇଛି । କମ୍ପାନି ଦାବି କରିଛି ଯେ, ଏହି ବାଇକ୍ ମାତ୍ର ୩.୫ ସେକେଣ୍ଡରେ ୬୦ ମାଇଲ୍ କିମ୍ବା ଘଣ୍ଟାପ୍ରତି ୧୦୦ କିଲୋମିଟର ବେଗରେ ଗତି କରିପାରିବ। ୨୪୫ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ଇଲେକ୍ଟ୍ରିକ୍ ବାଇକର ଗତିକୁ ଧ୍ୟାନରେ ରଖି କମ୍ପାନି ଦୁଇଟି ୨୩୦ ମିଲିମିଟର ଗାଲଫର୍ ଡିସ୍କ ବ୍ରେକ୍ ଦେଇଛି। କମ୍ପାନି ଏହି ବାଇକର ଅଫିସିଆଲ୍ ବୁକିଂ ଆରମ୍ଭ କରିସାରିଛି, ଯାହା ଅଫିସିଆଲ୍ ୱେବସାଇଟରୁ ବୁକ୍ କରାଯାଇପାରିବ। କିନ୍ତୁ ଏବେ ଏହି ବୁକିଂ ଭାରତୀୟ ବଜାର ପାଇଁ ନୁହେଁ।

Leave a Reply

Your email address will not be published. Required fields are marked *