Spread the love

ନୂଆଦିଲ୍ଲୀ: ‘ତୁମେ ମୋ ପାଇଁ ବାସ୍ତବିକ ସମସ୍ୟା ସୃଷ୍ଟି କରୁଛ।’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହା କହିଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍। ଯାହାକୁ ନେଇ ସବୁଠି ଅଲୋଚନା।
ଗତକାଲି ଜାପାନରେ ହୋଇଥିବା ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅଲବାନିସ୍ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସେମାନଙ୍କ ଆଗରେ ଉଭା ହୋଇଥିବା ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ।
ସୂଚନା ମୁତାବକ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଆସି କହିଥିଲେ ଯେ, ‘ତାଙ୍କ ନିମନ୍ତେ ନିର୍ଦ୍ଧାରିତ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆମେରିକାର ପ୍ରମୁଖ ନାଗରିକମାନଙ୍କ ଅନୁରୋଧର ବଢ଼ି ଦେଖିବାକୁ ମିଳିଛି।’
ଯେତେବେଳେ କି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ କହିଥିଲେ ଯେ, ‘ସିଡନୀରେ ସାଧାରଣ ସ୍ୱାଗତ କାର୍ଯ୍ୟକ୍ରମ କରିବା ନିମନ୍ତେ ସ୍ଥିରିକୃତ ସ୍ଥାନରେ ୨୦ ହଜାର ଲୋକଙ୍କ ବସିବାର କ୍ଷମତା ରହିଛି, ମାତ୍ର ଏହାଠାରୁ ବହୁଗୁଣ ଅଧିକ ଲୋକେ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଚାହୁଁଥିବା ଅନୁରୋଧ ଆସିଛି। ଯାହାକୁ ସେ ପୂରଣ କରିବାରେ ଅକ୍ଷମ।’
ଏହି ସମୟରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅହମଦାବାଦ୍‌ ନରେନ୍ଦ୍ର ମୋଦି ଷ୍ଟାଡିୟମରେ କିପରି ୯୦ ହଜାରରୁ ଅଧିକ ଲୋକଙ୍କ ଗହଣରେ ଭବ୍ୟ ସ୍ୱାଗତ ପାଇଥିଲେ ତାହାର ଅନୁଭୂତି ଉପସ୍ଥାପିତ କରିଥିଲେ।
ଏହା ଶୁଣୁଥିବା ବାଇଡେନ୍ ହସିହସି ମୋଦିଙ୍କୁ ଅଟୋ ଗ୍ରାଫ ମାଗିଥିଲେ।
ସେହିପରି ବାଇଡେନ୍ ଅଲୋଚନା କରିବା ବେଳେ ମୋଦିଙ୍କୁ କହିଥିଲେ ଯେ, ‘ତୁମେ ମୋ ପାଇଁ ବାସ୍ତବିକ ସମସ୍ୟା ସୃଷ୍ଟି କରୁଛ। ଆସନ୍ତା ମାସରେ ତୁମ ପାଇଁ ୱାସିଂଟନ୍‌ରେ ଏକ ରାତ୍ରୀ ଭୋଜନ ଉତ୍ସବ ଆୟୋଜନ ହୋଇଛି। ଆମେରିକାର ପ୍ରତ୍ୟେକ ବ୍ୟକ୍ତି ଏହି ଭୋଜିକୁ ଆସିବାକୁ ଚାହୁଁଛନ୍ତି। ମାତ୍ର ଏଥିପାଇଁ ମୋ ପାଖରେ ଥିବା ସବୁ ଟିକେଟ ସରିଗଲାଣି। ତୁମକୁ ଲାଗୁଥିବ ଯେ ମୁଁ ମଜା କରୁଛି ବୋଲି ? ଏ ବାବଦରେ ତୁମେ ମୋ ଟିମ୍‌କୁ ପଚାରି ବୁଝିପାର। ଯାହାର କେବେ ନାଁ ଶୁଣି ନ ଥିଲି, ସେମାନେ ଏହି ଭୋଜିରେ ସାମିଲ ହେବାକୁ ଫୋନ୍ କରୁଛନ୍ତି। ଫିଲ୍ମ ତାରକାଙ୍କ ଠାରୁ ଆରମ୍ଭ କରି ବନ୍ଧୁବର୍ଗମାନଙ୍କ ଭିତରେ ତୁମେ ଲୋକ ପ୍ରିୟ’ ବୋଲି ବାଇଡେନ୍ କହିଥିଲେ।
‘ତୁମେ ପ୍ରତି କ୍ଷେତ୍ରରେ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇଛ। ଜଳବାୟୁ କ୍ଷେତ୍ରରେ ଏକ ମୌଳିକ ପରିବର୍ତ୍ତନ ଆଣିଛ।। ଇଣ୍ଡୋ-ପ୍ୟାସିଫିକ୍ ଉପରେ ତୁମର ପ୍ରଭାବ ରହିଛି। ଫଳରେ ତୁମେ ଏକ ଭେଦ ସୃଷ୍ଟି କରୁଛ’ ବୋଲି ମଧ୍ୟ ବାଇଡେନ୍ କହିଥିଲେ।
ସୂଚନା ଥାଉକି, ପିଏମ୍‌ ମୋଦି ମଙ୍ଗଳବାର ସିଡନୀରେ ଏକ ସାଧାରଣ କାର୍ଯ୍ୟକ୍ରମରେ ଅଷ୍ଟ୍ରେଲିଆର ସିଡିଓ ଏବଂ ବ୍ୟବସାୟୀକ ନେତାମାନଙ୍କ ସହ ବୈଠକ କରିବେ। ଏଥିସହ ପ୍ରବାସୀ ଭାରତୀୟଙ୍କ ସହ ବାର୍ତ୍ତାଳାପ କରିବେ। ଯେତେବେଳେ କି ଆମରିକା ରାଷ୍ଟ୍ରପତି ବାଇଡେନ୍ ଏବଂ ତାଙ୍କ ପତ୍ନୀଙ୍କ ନିମନ୍ତ୍ରଣ ପାଇଥିବାରୁ ଜୁନ୍‌ରେ ପିଏମ୍‌ ମୋଦି ଆମେରିକା ରାଜକିୟ ଯାତ୍ରାରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଆମରିକାର ନେତାମାନଙ୍କ ସହ ମୋଦି ୱାଇଟ୍‌ ହାଉସ୍‌ରେ ରାଜକୀୟ ରାତ୍ରୀଭୋଜିରେ ପ୍ରତିନିଧିତ୍ୱ କରିବେ।

Leave a Reply

Your email address will not be published. Required fields are marked *