Spread the love

ଟୋକିଓ : ରୁଷ ସହ ଯୁଦ୍ଧ କରୁଥିବା ୟୁକ୍ରେନ ରାଷ୍ଟ୍ରପତି ଭ୍ଲୋଡମିର ଜେଲେନସ୍କି ପ୍ରଥମଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଉଭୟ ପରସ୍ପର ସହ ହାତ ମିଳାଇବା ସହ ଫଟୋ ପାଇଁ ପୋଜ ଦେଇଛନ୍ତି। ଏହାବାଦ ଉଭୟ ବେଶ କିଛି ସମୟ ପରସ୍ପର ସହ କଥାବାର୍ତ୍ତା ହୋଇଛନ୍ତି।
୨୦୨୨ ଫେବୃଆରୀ ୨୪ରୁ ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ୟୁକ୍ରେନ ସବୁବେଳେ ଯୁଦ୍ଧ ବନ୍ଦ କରିବା ପାଇଁ ଭାରତର ସହାୟତା ଲୋଡ଼ିଥିଲେ ହେଁ ଏଯାଏ ସୁଫଳ ମିଳିନି। ତେବେ ରୁଷ ସହ ଯୁଦ୍ଧ ଆରମ୍ଭ ହେବା ପରେ ଜେଲେନସ୍କି ପ୍ରଥମଥର ମୋଦିଙ୍କୁ ଭେଟିଛନ୍ତ। ତେଣୁ ଏହି ଭେଟଘାଟର ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି।
ଜି-୭ ବୈଠକରେ ସାମିଲ ହେବାକୁ ଜାପାନରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେ ନିମନ୍ତ୍ରିତ ଅତିଥି ଭାବେ ହିରୋଶିମାରେ ଚାଲିଥିବା ଜି-୭ ବୈଠକରେ ସାମିଲ ହୋଇ ନିଜର ପକ୍ଷ ରଖିଛନ୍ତି।
ଜାପାନ ପକ୍ଷରୁ ମୋଦିଙ୍କୁ ବୈଠକକୁ ନିମନ୍ତ୍ରଣ କରାଯାଇଥିଲା। ସେହିପରି ଜାପାନ ସରକାର ମଧ୍ୟ ଯୁଦ୍ଧ ପ୍ରଭାବିତ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଡାକିଥିଲେ। ଉଭୟ ମୋଦି ଓ ଜେଲେନସ୍କି ଗୋଟିଏ ସ୍ଥାନରେ ଦେଖା ହାବରୁ ରୁଦ୍ଧ ଦ୍ୱାର ବୈଠକ କରିଛନ୍ତି।

Leave a Reply

Your email address will not be published. Required fields are marked *