ନିଶ୍ଚିନ୍ତକୋଇଲି: ଗତକାଲି ଅପରାହ୍ନରେ ଆକସ୍ମିକ ଭାବେ ସମଗ୍ର ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ୪୧ଟି ଗ୍ରାମପଂଚାୟତରେ କାଳ ବୈଶାଖି ତାର କରାଳ ରୂପ ଦେଖାଇଛି । ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗତକାଲି ଅପରାହ୍ନରେ ଆକସ୍ମିକ ଭାବେ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳରେ କଳା ହାଣ୍ଡିଆ ମେଘ ଘୋଟି ଆସିଥିଲା । ପ୍ରବଳ ଝଡ ତୋଫାନ ହୋଇଥିଲା । ବିଜୁଳି ଓ ଭୟଙ୍କର ଘଡଘଡି ମାରିଥିଲା । ପ୍ରବଳ ବର୍ଷା ମଧ୍ୟ ହୋଇଥିଲା । ପ୍ରବଳ ଝଡ ତୋଫାନ ଫଳରେ ସ୍ଥାନୀୟ ଅଂଚଳରେ ଥିବା ବହୁ ବିରାଟ ବିରାଟ ଗଛ ଭାଙ୍ଗି ପଡିଥିଲା । ଏପରିକି ବହୁ ସ୍ଥାନରେ ବିଦ୍ୟୁତ ଖୁଂଟ ଉପୁଡି ପଡିବା ସହ ତାର ମଧ୍ୟ ଛିଣ୍ଡି ପଡିଥିଲା ।
ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ବହୁ ସ୍ଥାନରେ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିଲା । ଲୋକେ ଅନ୍ଧାରରେ ଚରମ ହଟହଟାର ସମ୍ମୁଖିନ ହୋଇଥିଲେ । ଏପରିକି ବହୁ ସ୍ଥାନରେ ମଧ୍ୟ ରାସ୍ତା ରେ ଗଛ ଉପୁଡି ପଡିବା କାରଣରୁ ଯାନ ବାହାନ ଗମନା ଗମନରେ ବାଧାପ୍ରାପ୍ତ ହୋଇଥିଲା । ଏଥିରେ ବ୍ୟାପକ ଖରାଟିଆ ପନିପରିବା ଫସଲ ,ରବି ଫସଲ ଯଥା ମୁଗ ବିରି ବ୍ୟାପକ ଭାବେ ନଷ୍ଟ ହୋଇଥିବାର ଜଣାଯାଇଛି ।