Spread the love

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପଶ୍ଚିମଓଡ଼ିଶାର ସହରଗୁଡ଼ିକ ପ୍ରବଳ ଖରା ଅନୁଭୂତ ହେଉଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଅସହ୍ୟ ହୋଇପଡ଼ିଛି। ଭୁବନେଶ୍ବର ଓ କଟକରେ ପାରା ୪୦ ଡିଗ୍ରି ଥିଲେ ବି ଗୁଳୁଗୁଳିରୁ ନିସ୍ତାର ମିଳିପାରି ନାହିଁ। ରାଜ୍ୟର ୨୧ଟି ସହରରେ ତାପମାତ୍ରା ଆଜି ୪୦ ଅଥବା ଏଥିରୁ ଊର୍ଦ୍ଧ୍ବ ରେକର୍ଡ କରାଯାଇଛି। ଏଥିରେ ସୋନପୁର ସର୍ବାଧିକ ରହିଛି। ଏଠାରେ ତାପମାତ୍ରା ୪୪.୨ ଡିଗ୍ରି ଛୁଇଁଛି।
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ନୂଆପଡ଼ାରେ ଆଜି ଦ୍ବିତୀୟ ସର୍ବାଧିକ ସହର ଭାବେ ତାପମାତ୍ରା ୪୪ ଡିଗ୍ରି ରେକର୍ଡ ହୋଇଛି। ସେହିପରି ସମ୍ବଲପୁର ଓ ଝାରସୁଗୁଡ଼ାରେ ୪୩.୯ ଡିଗ୍ରି ପାରା ଛୁଇଁଛି। ହୀରାକୁଦରେ ୪୩.୮, ଟିଟିଲାଗଡ଼, ବଲାଙ୍ଗୀର, ରାଉରକେଲା ଓ ବରଗଡ଼ରେ ତାପମାତ୍ରା ୪୩.୫ ଡିଗ୍ରି ଥିବା ବେଳେ ସୁନ୍ଦରଗଡ଼ରେ ଏହା ୪୨.୧, ବୌଦ୍ଧ, ଭବାନୀପାଟଣା ଓ ଦେବଗଡ଼ରେ ଏହା ୪୨ ଡିଗ୍ରି ରହିଛି।

ସେହିପରି ଅନୁଗୁଳରେ ୪୧.୭, ମାଲକାନଗିରି ଏବଂ ଭଦ୍ରକରେ ୪୧, ଚାନ୍ଦବାଲିରେ ୪୦.୪, ନୟାଗଡ଼ରେ ୪୦.୨, ଫୁଲବାଣୀରେ ୪୦.୧, ତାଳଚେର ଓ ଯାଜପୁରରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଆଗାମୀ ୫ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। କିଛି-କିଛି ସ୍ଥାନରେ ଦିନ ତାପମାତ୍ରା ୪୨ ଡ଼ିଗ୍ରି କିମ୍ବା ଅଧିକ ରହିବା ସମ୍ଭାବନା। ଅର୍ଥ ତାତି ଏବଂ ଗୁଳୁଗୁଳିଜନିତ ଅସ୍ୱାଭାବିକ ପାଗ ଲାଗିରହିବାର ସମ୍ଭାବନା ରହିଛି ‌ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *