Spread the love

ମୁମ୍ବାଇ : ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ତା’ର ଖେଳ ନିୟମରେ କେତେକ ପରିବର୍ତ୍ତନ ଆଣିଛି । ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଅଧ୍ୟକ୍ଷତାରେ ଗଠିତ ଆଇସିସି ପୁରୁଷ କ୍ରିକେଟ୍ କମିଟିର ସୁପାରିସ ପରେ ମୁଖ୍ୟ କାର୍ଯ୍ୟନିର୍ବାହୀ କମିଟି ଏହାକୁ ସବୁଜ ସଙ୍କେତ ଦେଇଛି । ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଜୁନ୍ ପହିଲାରୁ ଲର୍ଡସରେ ଖେଳାଯିବାକୁ ଥିବା ଟେଷ୍ଟ ମ୍ୟାଚ୍ ପରେ ଏହି ସୁପାରିସ କାର୍ଯ୍ୟକାରୀ ହେବ। ଆସନ୍ତୁ ଜାଣିବା ଜୁନ୍ ପ୍ରଥମ ତାରିଖରୁ ଖେଳରେ କ’ଣ ପରିବର୍ତ୍ତନ ହେବାକୁ ଯାଉଛି।
ହେଲମେଟ୍: ଏବେ ଅନ୍ତର୍ଜାତୀୟ କ୍ରିକେଟରେ ଏକ ନିର୍ଦ୍ଦିଷ୍ଟ ପରିସ୍ଥିତିରେ ହେଲମେଟ୍ ର ସୁରକ୍ଷା ବାଧ୍ୟତାମୂଳକ କରାଯାଇଛି। ଏବଂ ଏହା ଅଧୀନରେ ଦ୍ରୁତ ବୋଲରଙ୍କ ସମ୍ମୁଖୀନ ହେବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ। ପୁଣି ଦ୍ରୁତ ବୋଲିଂ ବିପକ୍ଷରେ ଷ୍ଟମ୍ପ ନିକଟରେ ୱିକେଟ୍ କିପିଂ କରିବା ସମୟରେ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ। ଏହାଛଡ଼ା ଓ୍ଵିକେଟ୍ ସମ୍ମୁଖରେ ଫିଲ୍ଡରମାନେ ବ୍ୟାଟ୍ସମ୍ୟାନଙ୍କ ନିକଟରେ ଫିଲ୍ଡିଂ କରୁଥିବା ବେଳେ ସେମାନଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ହେବ।
ଫ୍ରି-ହିଟ୍ ରେ ରନ୍: ଯେତେବେଳେ ବଲ୍ ଷ୍ଟମ୍ପ୍ ରେ ମାଡ଼ିବ, ଫ୍ରି-ହିଟ୍ ରେ ନିଆଯାଇଥିବା ଯେକୌଣସି ରନ୍ ସ୍କୋର ହୋଇଥିବା ରନ୍ ସହ ସମାନ ବୋଲି ଗଣନା କରାଯିବ। ଏହା ଫ୍ରି-ହିଟ୍ ରୁ ହୋଇଥିବା ବାକି ରନ୍ ସହ ସମାନ ବୋଲି ବିବେଚନା କରାଯିବ।

ସଫ୍ଟ ସିଗନାଲ: ଗତ କିଛି ମାସ ହେଲା ଅମ୍ପାୟାରଙ୍କ ସଫ୍ଟ ସିଗନାଲ ଖେଳାଳି, ପ୍ରଶଂସକ ଓ ପୂର୍ବତନ କ୍ରିକେଟରଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ମୁଖ୍ୟ ଅମ୍ପାୟାର ଯେଉଁ ସଂକେତ ମାଧ୍ୟମରେ ୩ୟ ଅମ୍ପାୟାରଙ୍କ ନିକଟକୁ ନିଷ୍ପତ୍ତି ପଠାନ୍ତି ତାହାକୁ ସଫ୍ଟ ସିଗନାଲ କହନ୍ତି । କିନ୍ତୁ ଏବେ ଫିଲ୍ଡ ଅମ୍ପାୟାରମାନଙ୍କୁ ନିଜ ନିଷ୍ପତ୍ତିକୁ ତୃତୀୟ ଅମ୍ପାୟାରଙ୍କ ନିକଟକୁ ପଠାଇବା ପାଇଁ ସଫ୍ଟ ସିଗନାଲର ଆବଶ୍ୟକତା ପଡ଼ିବ ନାହିଁ। ଏବେ ଜୁନ୍ ପହିଲାରୁ ଫିଲ୍ଡ ଅମ୍ପାୟାରମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଟିଭି ଅମ୍ପାୟାରଙ୍କ ସହ ପରାମର୍ଶ କରିବେ । ଏବଂ ଏହା ପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଅର୍ଥାତ୍ ଏବେ ଅନେକ ବିତର୍କର ବିଷୟ ପାଲଟିଥିବା ସଫ୍ଟ ସିଗନାଲ ଶେଷ ହେବାକୁ ଯାଉଛି

Leave a Reply

Your email address will not be published. Required fields are marked *