Spread the love

ନୂଆଦିଲ୍ଲୀ : କେଉଁଦେଶ ପାଖରେ ରହିଛି ସବୁଠାରୁ ଅଧିକ ସୁନା। ସୂଚନା ମୁତାବକ, ଆମେରିକା ପାଖରେ ସବୁଠାରୁ ଅଧିକ ସୁନା ରହିଛି। ଆମେରିକା ପାଖରେ ୮ ହଜାର ୧୩୩ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରହିଛି। ଯେତେବେଳେ କି ଅମେରିକା ପରେ ଜର୍ମାନୀ ପାଖରେ ଦ୍ୱିତୀୟ ସର୍ବାଧିକ ୩ ହଜାର ୩୫୫ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରହିଛି।
୨ ହଜାର ୪୫୨ ମେଟ୍ରିକ୍ ଟନ୍ ସୁନା ଗଚ୍ଛିତ ରଖିବା ସହ ଇଟାଲୀ ତୃତୀୟ ସ୍ଥାନରେ ରହିଛି। ୨ ହଜାର ୨୯୯ ମେଟ୍ରିକ୍ ଟନ୍‌ ସୁନା ଗଚ୍ଛିତ ରଖିବା ସହ ଫ୍ରାନ୍ସ ୪ର୍ଥ ସ୍ଥାନରେ ରହିଛି। ଚାଇନା ପାଖରେ ୨ ହଜାର ୧୧ ଟନ୍ ସୁନା ଗଚ୍ଛିତ ଥିବା ବେଳେ ସୁଇଜରଲ୍ୟାଣ୍ଡ ପରେ ୧ ହଜାର ୪୦ ଟନ୍ ଓ ଜାପାନ ପାଖରେ ୮୪୬ ଟନ୍ ସୁନା ଗଚ୍ଛିତ ରହିଛି।
ଏହି ତାଲିକାରେ ଭାରତ ୯ମ ସ୍ଥାନରେ ରହିଛି। ଭାରତ ସରକାରଙ୍କ ପାଖରେ ୭୮୭ ଟନ୍ ସୁନା ଗଚ୍ଛିତ ରହିଛି। ତେବେ ଏହି ସୁନା ଗଚ୍ଛିତ ରଖିବା ମାତ୍ରାରେ ସାମାନ୍ୟ କମ୍ ବେଶୀ ବିଭିନ୍ନ ସମୟରେ ହୋଇଥାଏ।
ଭାରତ ପରେ ଏହି ତାଲିକାରେ ନେଦରଲାଣ୍ଡ, ତୁର୍କୀ, ସାଉଦି ଆରବ, ୟୁକେ, ସ୍ପେନ୍, ପୋଲାଣ୍ଡ, ସିଙ୍ଗାପୁର, ବ୍ରାଜିଲ, ସ୍ୱୀଡେନ୍ ରହିଛନ୍ତି।
ବିଶ୍ୱରେ ମାନ୍ଦା ଅବସ୍ଥାକୁ ନେଇ ଆଲୋଚନା ଲାଗି ରହିଥିବା ବେଳେ ସୁନାର ଦାମ ବେଳକୁ ବେଳ ଅଧିକ ହେବାରେ ଲାଗିଛି। ପ୍ରତିଦେଶର କେନ୍ଦ୍ରିୟ ବ୍ୟାଙ୍କଗୁଡ଼ିକ ସୁନା ଜମା କରି ରଖୁଛନ୍ତି। ଏହାକୁ ଏକ୍ସଚେଞ୍ଚରେ ବ୍ୟବହାର କରାଯାଉଛି। ଗତବର୍ଷ ଡିସେମ୍ବରରେ କେଉଁଦେଶ କେତେ ସୁନା ଗଚ୍ଛିତ ରଖିଛନ୍ତି ତାହାର ସୂଚନା ଜାରି ହୋଇଥିଲା।

Leave a Reply

Your email address will not be published. Required fields are marked *