Spread the love

ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ କଂଗ୍ରେସର ପରାଜୟ ପରେ ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏଇଟା କେବଳ ଗୋଟିଏ ଉପନିର୍ବାଚନ। ଆଗକୁ ସାଧାରଣ ନିର୍ବାଚନ ରହିଛି। ତଥାପି ଝାରସୁଗୁଡ଼ା ଜନସାଧାରଣ କଂଗ୍ରେସ ଉପରେ ଯେତିକି ଆଶୀର୍ବାଦ ଦେଇଛନ୍ତି ସେଥିପାଇଁ ମୁଁ ତାଙ୍କୁ ଧନ୍ୟବାଦ ଜଣାଉଛି। ଆଗାମୀ ଦିନରେ ଆମର ଯେଉଁ ଭୁଲ ରହିଯାଇଛି ତାକୁ ସୁଧାରି ଆଗକୁ ବଢ଼ିବୁ। ବିଜେଡି ଦଳର ନେତା ନଥିବାରୁ କଂଗ୍ରେସ ଦଳର ନେତା ନବ ଦାସଙ୍କୁ କଂଗ୍ରେସରୁ ନେଇ ନେତା କରିଥିଲେ। ତାଙ୍କ ସାଙ୍ଗରେ ଅନ୍ୟ କଂଗ୍ରେସ ନେତା ମଧ୍ୟ ବିଜେଡି ଦଳରେ ସାମିଲ ହୋଇଥିଲେ। ଝାରସୁଗୁଡାରେ କଂଗ୍ରେସର ଅବସ୍ଥା ବହୁତ ଖରାପ ଥିଲା। କଂଗ୍ରେସ ସଂଗଠନଙ୍କୁ ମଜବୁତ କରିବାକୁ ଆମେ ଆରମ୍ଭରୁ ଚେଷ୍ଠା କରିଥିଲୁ। ମୁଁ ସଭାପତି ହେବାର ୧ ବର୍ଷ ମଧ୍ୟ ହୋଇନି। ଆସ୍ତେ ଆସ୍ତେ ଆମେ ସଂଗଠନକୁ ମଜବୁତ କରୁଛୁ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ଗଣତନ୍ତ୍ରର ସୁରକ୍ଷା ଓ ସୁଦୃଢ଼ କରିବା ପାଇଁ କର୍ଣ୍ଣାଟକର ଜନସାଧାରଣ କଂଗ୍ରେସ ଦଳକୁ ବାଜିମାତ କରାଇଛନ୍ତି। ଆମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତରଫରୁ ତାଙ୍କୁ ଧନ୍ୟବାଦ ଜ୍ଞାପନ କରୁଛୁ। କର୍ଣ୍ଣାଟକ ଜନସାଧାରଣ ବିଜେପିକୁ ଶକ୍ତ ଝଟକା ଦେଇ ଗଣତନ୍ତ୍ରକୁ ସୁଦୃଢ଼ କରିଛନ୍ତି। ଏଆଇସିସି ସଭାପତି, ରାହୁଲ ଗାନ୍ଧି, ପ୍ରିୟଙ୍କା ଗାନ୍ଧିଙ୍କ ଅକ୍ଲାନ୍ତ ପରିଶ୍ରମ ଫଳରେ କଂଗ୍ରେସକୁ ଏଭଳି ବିଜୟ ମିଳିଛି।

Leave a Reply

Your email address will not be published. Required fields are marked *