Spread the love

କଟକ : ବରିଷ୍ଠ କଂଗ୍ରେସ ନେତା ଅଶୋକ ସାମଲଙ୍କ ପରଲୋକ। ଆଜି ଅପରାହ୍ନରେ କଟକ ତଳତେଲେଙ୍ଗା ବଜ଼ାର ସ୍ଥିତ ଘରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।

ଦୀର୍ଘ ଦିନ ହେବ ସେ କର୍କଟ ଓ ଲିଭର ରୋଗରେ ପୀଡିତ ଥିଲେ। ସେ ନିକଟରେ ଟାଟା ମେମୋରିଆଲ ହସ୍ପିଟାଲରୁ ଚିକତ୍ସା ହୋଇ ଘରକୁ ଫେରିଥିଲେ।

ସେ କଂଗ୍ରେସ ଦଳରେ ମୁଖପାତ୍ର ଦାୟିତ୍ୱରେ ଥିଲେ। ତାଙ୍କ ପରଲୋକର ଦୁଃଖଦ ଖବର ପାଇ ଶୁଭେଚ୍ଛୁଙ୍କ ଭିଡ଼ ତାଙ୍କ ଘରେ ଲାଗିଛି। ଆଶୋକଙ୍କ ବିୟୋଗରେ ରାଜନୈତିକ ଓ ଅନୁଗତଙ୍କ ଗହଣରେ ଶୋକର ଛାୟା ଖେଳିଯାଇଛି।

ଆଜି ସନ୍ଧ୍ୟାରେ କଟକ ଖାନ ନଗର ଶ୍ମଶାନରେ ତାଙ୍କର ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *