Spread the love

ଭୋପାଳ: ମଧ୍ୟପ୍ରଦେଶର ଛତରପୁର ଜିଲ୍ଲାରେ ଥିବା ବାଗେଶ୍ୱର ଧାମକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା। ନିଜର ମନୋସ୍କାମନା ପୂରଣ କରିବାକୁ ଦେଶ ତଥା ବିଶ୍ବର ଲୋକମାନେ ପ୍ରତିଦିନ ବାଗେଶ୍ୱର ଧାମରେ ​​ପହଞ୍ଚୁଛନ୍ତି। ସପ୍ତାହର ମଙ୍ଗଳବାର ଏବଂ ଶନିବାର ଦିନ ଅଧିକ ଭକ୍ତ ଏଠାରେ ଏକତ୍ରିତ ହୁଅନ୍ତି। ଏପରିକି ଏହି ଦୁଇ ଦିନରେ ଭକ୍ତଙ୍କ ସଂଖ୍ୟା ୧ଲକ୍ଷ ଟପିଯାଇଥାଏ। କିନ୍ତୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଅନେକ ଲୋକ ନିଜର ମନୋସ୍କାମନା ପୂରଣ କରିବାକୁ ଆସି ନିଖୋଜ ହେବାରେ ଲାଗିଛନ୍ତି। ଏପରିକି ପୁଲିସ ସେମାନଙ୍କୁ ଖୋଜିବାକୁ ସକ୍ଷମ ହେଉନାହିଁ।
କୁହାଯାଉଛି ଯେ, ବାଗେଶ୍ୱର ଧାମରୁ ନିଖୋଜ ହୋଇଥିବା ଲୋକ ମାନସିକ ସ୍ତରରେ ଅସୁସ୍ଥ ଥିଲେ ଏବଂ କିଛି ଲୋକ ଏଭଳି ଥିଲେ ଯେଉଁମାନେ ଅତ୍ୟଧିକ ଭିଡ଼ ହେତୁ ସେମାନଙ୍କ ପରିବାର ସଦସ୍ୟଙ୍କଠାରୁ ଅଲଗା ହୋଇଯାଇଥିଲେ। ନିଖୋଜ ହେବା ପରେ ସେମାନଙ୍କ ପରିବାର ଲୋକେ ପୁଲିସରେ ଅଭିଯୋଗ କରିଥିଲେ ବି ଏପର୍ଯ୍ୟନ୍ତ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ପତ୍ତା ମିଳିନାହିଁ।
ପୁଲିସ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୧, ୨୦୨୩ରୁ ବାଗେଶ୍ୱର ଧାମରୁ ୨୧ଜଣ ନିଖୋଜ ହୋଇସାରିଛନ୍ତି। ଏଥିମଧ୍ୟରୁ ୯ଜଣଙ୍କର ପତ୍ତା ମିଳିଥିବା ବେଳେ ୧୨ଜଣ ଏବେ ବି ନିଖୋଜ ଥିବା ଜଣାଯାଇଛି। ବର୍ତ୍ତମାନ ପୁଲିସ ସେମାନଙ୍କ ନିକଟରେ ପହଞ୍ଚିବାକୁ ଚେଷ୍ଟା କରୁଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *