Spread the love

ନୂଆଦିଲ୍ଲୀ : ବିଚ୍‌ ରାସ୍ତାରେ କ୍ରିକେଟର ନୀତୀଶ ରାଣାଙ୍କ ପତ୍ନୀଙ୍କୁ ପିଛା କରିବା ସହ ତାଙ୍କ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଛନ୍ତି ଦୁଇ ଜଣ ଯୁବକ। ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିବା ବେଳେ ଦିଲ୍ଲୀ ପୁଲିସ୍‌ ମାମଲା ରୁଜୁ କରି ଜଣଙ୍କୁ ଗିରଫ କରିଛି।
ନୀତୀଶ ରାଣାଙ୍କ ପତ୍ନୀ ସାଚ୍ଚି ମାରୱା ଦିଲ୍ଲୀର କୀର୍ତ୍ତି ନଗରରୁ କାମ ସାରି ଘରକୁ ଫେରୁଥିଲେ। ଏହି ସମୟରେ ଦୁଇ ଜଣ ଯୁବକ ବାଇକ ଯୋଗେ ତାଙ୍କ ପିଛା କରିଥିଲେ।
ସେମାନେ ତାଙ୍କ ଗାଡ଼ି ସହ ସମାନ୍ତରଳ ଭାବେ ଯିବା ସହ ଏହାକୁ ଅଟକାଇବା ପାଇଁ ପିଟିଥିଲେ। ତେବେ ସାଚ୍ଚି ନିଜ ମୋବାଇଲ ଫୋନରେ ଦୁଇ ଯୁବକଙ୍କ ଫଟୋ ଉଠାଇବା ସହ ଏହାକୁ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି।
ପ୍ରାଥମିକ ଭାବେ ଦିଲ୍ଲୀ ପୁଲିସ୍‌ କୌଣସି ଏଫଆଇଆର ରୁଜୁ କରି ନଥିବା ମଧ୍ୟ ସାଚ୍ଚି ଅଭିଯୋଗ କରିଥିଲେ। ସେ ସୁରକ୍ଷିତ ଭାବେ ଘରେ ପହଞ୍ଚି ଯାଇଥିବାରୁ ଅଯଥା ମାମଲା କରି କିଛି ଲାଭ ନାହିଁ ବୋଲି ଦିଲ୍ଲୀ ପୁଲିସ୍‌ ତାଙ୍କୁ କହିଥିଲା। ତେବେ ସୋଶାଲ ମିଡିଆରେ ଏହା ଭାଇରାଲ ହେବାରେ ପୁଲିସ୍‌ ଆକ୍ସନ ମୋଡକୁ ଆସି ଜଣଙ୍କୁ ଗିରଫ କରିଛି।
ସାଚ୍ଚି ତାଙ୍କ ଇନଷ୍ଟାଗ୍ରାମରେ କହିଛନ୍ତି ଯେ “ସବୁ ଦିନ ଭଳି ଶୁକ୍ରବାର ମୁଁ କାମ ସାରି ଘରକୁ ଆସୁଥିଲି। ଏହି ଦୁଇ ଯୁବକ (ଫଟୋରେ ଥିବା) ରାସ୍ତାରେ ହଠାତ୍‌ ମୋ କାରକୁ ପିଟିଥିଲେ। ଏହାର କୌଣସି କାରଣ ନଥିଲା। ସେମାନେ ମୋତେ ପିଛା କରିବା ସହ ଅଟକାଇବାକୁ ଚେଷ୍ଟା କରିଥିଲେ।
ମୁଁ ଅଭିଯୋଗ କରିବା ବେଳେ ପୁଲିସ୍‌ ମୋତେ କହିଥିଲା ଯେ “ଆପଣ ଘରେ ସୁରକ୍ଷିତ ପହଞ୍ଚି ଯାଇଛନ୍ତି, ତେଣୁ ସବୁ କିଛି ଛାଡ଼ନ୍ତୁ। ଆସନ୍ତା ଥର ନମ୍ବର ଲେଖିନେବେ।” ହଁ କ୍ୟାପ୍ଟେନ, ଆଗାମୀ ଥର ମୁଁ ସେମାନଙ୍କ ଫୋନ ନମ୍ବର ମଧ୍ୟ ଆଣିବି।”
ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Leave a Reply

Your email address will not be published. Required fields are marked *