Spread the love

ଭୁବନେଶ୍ବର : ଖଣ୍ଡଗିରି ଓ ଉଦୟଗିରି ପର୍ଯ୍ୟଟନସ୍ଥଳୀକୁ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କରିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଜି. କିଶନ ରେଡ୍ଡିଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।

ପୂର୍ବରୁ ଏହି ଦୁଇ ଐତିହ୍ୟସ୍ଥଳ ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ସ୍ମାରକ ଭାବେ ଘୋଷଣା ହୋଇସାରିଛି। ଏହାର ରକ୍ଷଣାବେକ୍ଷଣ କରୁଛି ASI। ଖଣ୍ଡଗିରି ଓଉଦୟଗିରି ଗୁମ୍ଫାରେ ଜୈନ ଧର୍ମକୁ ନେଇ ଅନେକ ପଥର ଖୋଦିତ ସ୍ମାରକ ରହିଛି।

ପ୍ରଥମ ଖ୍ରୀଷ୍ଟାବ୍ଦର ସମ୍ରାଟ ଖାରବେଳ ସମୟରେ ଅନେକ ଶିଳାଲିପି ମଧ୍ୟ ପାହାଡରେ ଖୋଦିତ ହୋଇ ରହିଛି। ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫାରେ ହୋଇଥିବା ପଥର ଖୋଦେଇ କଳା ଗ୍ରୀକ ଏବଂ ରୋମର ଭାସ୍କର୍ଯ୍ୟ କଳା ସହ ସାମଞ୍ଜସ୍ୟ ରହିଛି।

ଏଥିପ୍ରତି ଗୁରୁତ୍ୱ ଦେଇ ଦୁଇ ଐତିହ୍ୟକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ତାଲିକାରେ ସାମିଲ କଲେ ଏହି ଦୁଇ ଐତିହ୍ୟର ସୁନ୍ଦର ଭାବେ ରକ୍ଷଣବେକ୍ଷଣ ହୋଇପାରିବ ବୋଲି କହିଛନ୍ତି ଭୁବନେଶ୍ୱର ସାଂସଦ।

Leave a Reply

Your email address will not be published. Required fields are marked *