Spread the love

ଆୟ ଠାରୁ ଅଧିକ ସଂପତ୍ତି ଠୁଳ ଅଭିଯୋଗରେ ସିବିଆଇର ବଡ଼ ଧରଣର ରେଡ। ୱାପ୍‌କସ୍‌ର ପୂର୍ବତନ ପରିଚାଳନା ନିର୍ଦ୍ଦେଶକଙ୍କ ଘରୁ ଜବତ ହେଲା ନଗଦ ୨୦ କୋଟି ଟଙ୍କା। ୨ହଜାର ଟଙ୍କିଆ, ୫ସହ ଟଙ୍କିଆ ସହ ବିଡ଼ାବିଡ଼ା ନୋଟ ଭର୍ତ୍ତି ବ୍ୟାଗ ଦେଖି ଚକିତ ହୋଇଥିଲେ ଅଧିକାରୀ।

ଦିଲ୍ଲୀ, ଚଣ୍ଡୀଗଡ଼, ପଞ୍ଚକୁଲା, ଗୁରୁଗ୍ରାମ, ସୋନିପତ ଓ ଗାଜିଆବାଦ ସମେତ ଏକକାଳୀନ ୧୯ଟି ଜାଗା ଉପରେ ଚଢଉ କରିଥିଲା ସିବିଆଇ। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଅଧିନରେ ଆସୁଥିବା ୱାପ୍‌କସ ୱାଟର ଆଣ୍ଡ ପାୱାର କନ୍‌ସଲଟାନ୍‌ସୀର ପୂର୍ବ ସିଏମଡି ରାଜେନ୍ଦ୍ର କୁମାର ଗୌତମଙ୍କ ଘରେ ଚଢଉ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା। ଆୟ ଠାରୁ ଅଧିକ ସଂପତ୍ତି ଠୁଳ ନେଇ ଗୌତମ କୁମାର ଓ ତାଙ୍କ ପରିବାର ବିରୋଧରେ ରୁଜୁ ହୋଇଥିଲା ମାମଲା।

Leave a Reply

Your email address will not be published. Required fields are marked *