Spread the love

ନୂଆଦିଲ୍ଲୀ: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ମଧ୍ୟ ସାଧାରଣ ଲୋକଙ୍କ ଭଳି ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ଭଲପାଆନ୍ତି। ନିକଟରେ ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ କହିଥିଲେ ଯେ ମୁକେଶ ଅମ୍ବାନୀ ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଜଣେ ଗୁଜୁରାଟୀ ହୋଇଥିବାରୁ ଖାଇବା ପ୍ରତି ତାଙ୍କର ବହୁତ ଭଲପାଇବା ରହିଛି ବୋଲି ନୀତା ଅମ୍ବାନୀ କହିଥିଲେ।
ମୁକେଶ ଅମ୍ବାନୀ ଅତି ସରଳ ଜୀବନଯାପନ କରନ୍ତି ଏବଂ ସାଧାରଣତଃ ଘରେ ତିଆରି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ହେଲେ ବେଳେ ବ‌େଳେ ‌ସେ ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ଯାଇଥାନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ ପତ୍ନୀ ନୀତା ଅମ୍ବାନୀ। ସେ କହିଥିଲେ ଯେ “ମୁକେଶ ଅମ୍ବାନୀ ରାସ୍ତାକଡ଼ର ଖାଦ୍ୟ ଖାଇବାକୁ ଭଲ ପାଆନ୍ତି ଏବଂ ମୁମ୍ବାଇରେ ଯେଉଁଠାରେ ବି ଭଲ ଭେଲ କିମ୍ବା ଦହି ବଟାଟା ପୁରୀ ମିଳେ, ମୁକେଶ ଅମ୍ବାନୀ ନିଶ୍ଚିତ ଭାବରେ ସେଠାକୁ ଯାଆନ୍ତି। ଆମେ ଦୁହେଁ ପରସ୍ପରକୁ ବହୁତ ଭଲ ପାଉ। ଆମେ ଆମ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହୁଁ। ଏଥିପାଇଁ ପରିବାରକୁ ସମୟ ଦେବା ପରେ ଆମେ ପ୍ରାୟତଃ ବିଳମ୍ବିତ ରାତିରେ କଫି ପିଇବାକୁ କିମ୍ବା ସମୁଦ୍ରକୂଳ ବୁଲିବାକୁ ଯାଇଥାଉ। ବେଳେବେଳେ ଆମେ ପୂର୍ବରୁ ଯୋଜନା କରି ଭେଲ ଖାଇବାକୁ କିମ୍ବା ଦହି ବଟାଟା ପୁରୀ ଖାଇବାକୁ ଯାଇଥାଉ। ଏସବୁ ଜିନିଷ ଆମକୁ ବହୁତ ଖୁସିଦିଏ।”

Leave a Reply

Your email address will not be published. Required fields are marked *