Spread the love

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ଥାନା ବେଣ୍ଟପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଜଣେ ଯୁବକ ନିଜର ବୃଦ୍ଧ ବାପାଙ୍କୁ ଶାବଳରେ ପିଟି ମାରି ଦେଇଥିବା ଜଣାଯାଇଛି। ମୃତକଙ୍କ ନାଁ ବାଲୁଙ୍କେଶ୍ୱର ମହାନ୍ତି (୭୫)। ଅଭିଯୁକ୍ତର ନାଁ ଅପର୍ତି ମହାନ୍ତି। ପୁଲିସ ଅଭିଯୁକ୍ତକୁ ଥାନାରେ ଅଟକ ରଖିଛି।
ସୂଚନା ଅନୁଯାୟୀ, ରାତି ପ୍ରାୟ ୨ଟା ବେଳେ ମାନସିକ ବିକାରଗ୍ରସ୍ତ ଅପର୍ତି(୫୦) ମଦ ପିଇବା ପାଇଁ ବାଲୁଙ୍କେଶ୍ୱର ମହାନ୍ତିଙ୍କୁ ଟଙ୍କା ମାଗିଥିଲା। ହେଲେ ସେ ଦେବାକୁ ରାଜି ନ ହେବାରୁ ତାଙ୍କୁ ଶାବଳରେ ପିଟି ପିଟି ମାରି ଦେଇଥିଲା। ଏବେ ବାଲୁଙ୍କେଶ୍ୱର ମହାନ୍ତିଙ୍କ ମୃତଦେହ ଆଠଗଡ଼ ଡାକ୍ତରଖାନାରେ ରହିଛି। ଏଠାରେ ତାଙ୍କର ଶବବ୍ୟବଚ୍ଛେଦ କରାଯିବ। ଏଣେ ପୁଲିସ୍ ଅପର୍ତିଙ୍କୁ ଅଟକ ରଖି ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *