Spread the love

ଭୁବନେବର : ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ମେ’ ୫ ତାରିଖ ପାଖାପାଖି ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ଭାରତୀୟ ପାଣିପାଗ ବିଭାଗ (IMD) ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।
ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ, ଲଘୁଚାପ କ୍ଷେତ୍ରଟି କେଉଁ ଦିନ ସୃଷ୍ଟି ହେବ, ସେ ନେଇ ଚିତ୍ର ସ୍ପଷ୍ଟ ହୋଇନାହିଁ। ହେଲେ ମେ’ ୫ ତାରିଖ ପାଖାପାଖି ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ କ୍ଷେତ୍ରଟି ଲଘୁଚାପରେ ପରିଣତ ହେବା ପରେ ଅବପାତରେ ପରିଣତ ହୋଇପାରେ। ତେବେ ଅବପାତଟି ବାତ୍ୟାରେ ପରିଣତ ହେବ କି ନାହିଁ ସ୍ପଷ୍ଟ ହୋଇ ନାହିଁ।
ଆଇଏମଡି ଡିଜି ଶ୍ରୀ ମହାପାତ୍ର କହିଛନ୍ତି ଯେ ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେବା ପରେ ଏହାର ଗତିବିଧି ସ୍ପଷ୍ଟ ହେବ। ବର୍ତ୍ତମାନର ଆକଳନ ଅନୁସାରେ ଏହି ଲଘୁଚାପ କ୍ଷେତ୍ରର ପ୍ରଭାବ ଦକ୍ଷିଣ ବଙ୍ଗୋପସାଗର ଉପରେ ପଡ଼ିବ। ହେଲେ ଓଡ଼ିଶା ଉପରେ ଏହା ପ୍ରଭାବ ପଡ଼ିବ ନାହିଁ। ମତ୍ସ୍ୟଜୀବୀ ମାନେ ସେହି ସମୟରେ ଦକ୍ଷିଣ ବଙ୍ଗୋପସାଗରକୁ ଯାଆନ୍ତୁ ନାହିଁ।

ସମ୍ଭାବ୍ୟ ଲଘୁଚାପ କ୍ଷେତ୍ର ଉପରେ ନିରନ୍ତର ଭାବେ ଦୃଷ୍ଟି ରଖାଯାଇଛି। ଲଘୁଚାପ କ୍ଷେତ୍ରଟି ସୃଷ୍ଟି ହେଲେ ସଠିକ୍ ଭାବରେ ତଥ୍ୟ ଦିଆଯିବ ବୋଲି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

Leave a Reply

Your email address will not be published. Required fields are marked *