Spread the love

ନକ୍ସଲମାନେ କ୍ୟାମ୍ପରେ ଚାଲୁଛି ସେକ୍ସ କାରବାର! ସଙ୍ଗଠନରେ ସାମିଲ୍‌ କରାଇ ଝିଅଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି କ୍ୟାଡ଼ର ନକ୍ସଲ। ପିଲା ନହେବା ପାଇଁ ମହିଳା ଓ ପୁରୁଷ ନକ୍ସଲଙ୍କ ବନ୍ଧ୍ୟାକରଣ କରାଯାଉଛି। ସେଥିପାଇଁ କ୍ୟାମ୍ପକୁ ଡାକ୍ତର ଆସୁଛନ୍ତି ଓ ଅପରେସନ୍‌ କରୁଛନ୍ତି। ନକ୍ସଲ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା କେତେକ ମହିଳା ଆଜି ଏପରି ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଜଣେ ମହିଳା କହିଛନ୍ତି, ଘରେ ଅବସ୍ଥା ଭଲ ନଥିଲା। ଖାଇବାକୁ ନଥିଲା। ତେଣୁ ୧୫ ବର୍ଷ ବୟସର ନକ୍ସଲ ସଙ୍ଗଠନରେ ସାମିଲ ହୋଇଥିଲି। ସଙ୍ଗଠନରେ ସାମିଲ୍‌ ହେବା ପରେ ଜାଣିବାକୁ ପାଇଲି ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଉଛି। ତେଣୁ ଭୟରେ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛି ବୋଲି କହିଛନ୍ତି ମହିଳା।
ଆଉ ଜଣେ ମହିଳା କହିଛନ୍ତି ଲୋମ ଟାଙ୍କୁରା କାହାଣୀ। ସଙ୍ଗଠନରେ ରହଣୀ ସମୟରେ ମହିଳା ଜଣକ ଜଣେ ପୁରୁଷ ନକ୍ସଲଙ୍କୁ ଭଲ ପାଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ତାଙ୍କ ପ୍ରେମିକଙ୍କର ବନ୍ଧ୍ୟାକରଣ ଅପରେସନ୍‌ କରି ଦିଆଯାଇଥିଲା। ପିଲା ନହେବା ପାଇଁ ସଙ୍ଗଠନରେ ଏମିତି ଅପରେସନ୍‌ କରାଯାଉଛି। ଅପରେସନ୍‌ ପାଇଁ କ୍ୟାମ୍ପକୁ ଡାକ୍ତର ଆସୁଛନ୍ତି। ତେଣୁ କ୍ୟାମ୍ପରେ ରହିପାରିଲି ନାହିଁ। ବାଧ୍ୟ ହୋଇ ସଙ୍ଗଠନ ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛି ବୋଲି ମହିଳା ଜଣକ କହିଛନ୍ତି।
ଆଉ ଜଣେ କହିଛନ୍ତି, ୨୦୧୦ ମସିହାରେ ନକ୍ସଲରେ ଯୋଗଦେଇଥିଲି। ସେତେବେଳେ ଝିଅକୁ ନିର୍ଯାତନା ଦିଆଯାଉଥିଲା। ସବୁ କାମ କରିବାକୁ କୁହାଯାଉଥିଲା। ଧୀରେ ଧୀରେ ନିର୍ଯାତନା ବଢ଼ିବାରୁ ୨୦୧୩ ମସିହାରେ ସଙ୍ଗଠନ ଛାଡ଼ିଥିଲି ବୋଲି ସେ କହିଛନ୍ତି।
ଗୁରୁବାର ନକ୍ସଲ କ୍ୟାମ୍ପରୁ ବିପୁଳ ପରିମାଣର ଗର୍ଭନିରୋଧକ ମିଳିଥିଲା। ଏଥିସହ ଗର୍ଭ ପରୀକ୍ଷା କୀଟ ଜବତ ହୋଇଥିଲା ପୁଲିସ୍‌। ଏଥିରୁ ଜଣାପଡୁଛି, କ୍ୟାମ୍ପରେ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିଲେ। ଝିଅଙ୍କୁ ନକ୍ସଲମାନେ ଯୌନ ନିର୍ଯାତନା ଦେଉଥିବା ଜଣାପଡ଼ିଥିଲା।

Leave a Reply

Your email address will not be published. Required fields are marked *