Spread the love

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଗଞ୍ଜେଇ ମାଫିଆଙ୍କୁ ପୁଣି ଲାଗିଛି ଝଟକା। ନବରଙ୍ଗପୁର ଜିଲ୍ଲା ପୁଲିସକୁ ମିଳିଛି ଏକ ବଡଧରଣର ସଫଳତା ମିଳିଛି। ୨ ଜଣ ଗଞ୍ଜେଇ ମାଫିଆଙ୍କ ବିରୋଧରେ ହୋଇଥିବା ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ଭିତରେ ନବରଙ୍ଗପୁର ପୁଲିସକୁ ପ୍ରାୟ ୪୧.୪୧ ଲକ୍ଷ ମୂଲ୍ୟର ବେଆଇନ ଭାବେ ଅର୍ଜିତ ସମ୍ପତି ଜବତ କରିବାରେ ଅନୁମତି ମିଳିଛି। ଏହି ଜବତ ଘଟଣା ନବରଙ୍ଗପୁର ଜିଲ୍ଲା ପୁଲିସକୁ ଏହା ୩ୟ ବଡଧରଣର ସଫଳତା ମିଳିଛି।

ପୁଲିସ ଉମରକୋଟ ଥାନା ଅଞ୍ଚଳର ଅନ୍ତଃ ରାଜ୍ୟ ମାଫିଆଙ୍କ ସମ୍ପତ୍ତି ଜବତ କରିଛ। ସେମାନେ ହେଲେ ଚିକଲପଦର ଗ୍ରାମର ଦିନେଶ ବିଶ୍ୱାସ ଓ ବୁର୍ଜା ଗ୍ରାମର ଦିନେଶ ଭଦ୍ରା ବୋଲି ପୁଲିସ ସୂଚନା ଦେଇଛି। ନବରଙ୍ଗପୁର ଆରକ୍ଷୀ ଅଧୀକ୍ଷିକା ଏସ.ସୁଶ୍ରୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଯେ ଏହି ୨ ଜଣ ବ୍ୟକ୍ତି ବିଭିନ୍ନ ସମୟରେ ପୃଷ୍ଠଭୂମିରେ ରହି ଓଡିଶା, ଛତିଶଗଡ, ବିହାର, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଗଞ୍ଜେଇ କାରବାରରେ ସକ୍ରିୟ ଥିଲେ । ସମ୍ପୃକ୍ତ ଅଭିଯୁକ୍ତମାନ ବେଆଇନ ନେଟୱାର୍କ ମାଧ୍ୟମରେ ଅନେକ ରାଜ୍ୟକୁ ଗଞ୍ଜେଇ ଯୋଗାଣରେ ଜଡିତ ଥିଲେ ଓ ସେ ମାଧ୍ୟମରେ ବେଆଇନ ସମ୍ପତି ଅର୍ଜନ କରିଥିଲେ।
ଏହି ୨ ଜଣଙ୍କ ନାମରେ ଉମରକୋଟ ଥାନାରେ ଗଞ୍ଜେଇ ଚୋରା ଚାଲାଣ ନେଇ କେସ ନଂ ୨୧୨/୨୦, ୮/୨୧ ଓ ୮୨/୨୧ରେ ମାମଲା ରୁଜୁ ହୋଇଥିଲା। ଏମାନଙ୍କ ଠାରୁ ୮୭୯ କେଜି ଗଞ୍ଜେଇ ଜବତ ହୋଇଥିଲା। ଏମାନଙ୍କ ନାମରେ ରହିଥିବା ସ୍ଥାବର ସମ୍ପତ୍ତି। ଆୟ ବ୍ୟୟର ହିସାବ ନେଇ ଇନକମ ଟ୍ୟାକ୍ସ ଅଫିସ, ତହସିଲ ଅଫିସ ଓ ବିଭିନ୍ନ ବ୍ୟାଙ୍କରୁ ପୁଲିସ ତରଫରୁ ତଥ୍ୟ ହାସଲ କରାଯାଇଥିଲା।

ତେବେ ସେମାନେ କୌଣସି ଆଇଟି ରିଟର୍ଣ୍ଣ କରୁନଥିବା ଜଣାପଡିଥିଲା। ପରେ ଦିନେଶ ବିଶ୍ବାସର ଘରର ମୂଲ୍ୟ ଆକଳନ ପାଇଁ ତହସିଲଦାରଙ୍କୁ ଚିଠି କରାଯାଇଥିବା ବେଳେ ଦିନେଶ ଭଦ୍ରାଙ୍କ ଘରର ମୁଲ୍ୟ ଆକଳନ ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଚିଠି କରାଯାଇଥିଲା। ଦିନେଶ ବିଶ୍ବାସର ଘରର ମୁଲ୍ୟ ୨୨.୭୫ ଆକଳନ ହୋଇଥିବା ବେଳେ ଦିନେଶ ଭଦ୍ରାର ଘରର ମୁଲ୍ୟ ୧୮.୬୪ ଲକ୍ଷ ଏପରି ୨ ଜଣ ଙ୍କ ମୋଟ ଆୟ ବହିର୍ଭୁତ ସ୍ଥାବର ସମ୍ପତ୍ତିର ମୁଲ୍ୟ ୪୧.୪୧ ଲକ୍ଷ ବୋଲି ଆକଳନ ହେବା ପରେ କୋଲକାତାସ୍ଥିତ କମ୍ପିଟେଣ୍ଟ ଅଥରିଟି ଏବଂ ଏଡିମିଷ୍ଟ୍ରେଟର ନିକଟକୁ ମାମଲା ବିଚାର ପାଇଁ ଗତ ମାର୍ଚ୍ଚ ମାସରେ ପଠାଯାଇଥିଲା। ତେବେ କୋଲକତାର ଏହି ସଂସ୍ଥା ଏ ସମ୍ପତିକୁ ବାଯ୍ୟାପ୍ତ କରିବା ପାଇଁ ଅନୁମତି ଦେଇଛନ୍ତି। ଅନୁସନ୍ଧାନ ପରେ ଏହି ଦୁଇ ମାଫିଆଙ୍କ ଦୁଇଟି ଘରକୁ ସିଜ୍ କରିବା ପାଇଁ ସେମାନଙ୍କ ଘର ଆଗରେ ପୁଲିସ ନୋଟିସ ମାରିଛି। ଦିନେଶ ବିଶ୍ୱାସ ଗିରଫ ହୋଇ ଜେଲରେ ଥିବା ବେଳେ ଦିନେଶ ଭଦ୍ରା ଫେରାର ଥିବା ଏସପି ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *