Spread the love

କୋଲ୍‌କାତା: କୋଲ୍‌କାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍‌ ତାଙ୍କର ଶେ‌ଷ ଆଇପିଏଲ୍‌ ବୋଲି କହିଥିଲେ। ଏହି ମନ୍ତବ୍ୟ ପରେ ଇଡେନ୍‌ ଗାର୍ଡେନ୍ସରେ ଏହି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକଙ୍କ ଖେଳ ଦେଖିବାକୁ ମିଳିବ ନାହିଁ ବୋଲି କୋଲ୍‌କାତା ଦର୍ଶକଙ୍କ ଧାରଣା ଆସିଥିଲା। ତେଣୁ ସେମାନେ ଧୋନିଙ୍କୁ ପୂରା ସମର୍ଥନ ଜଣାଇବା ସହ ଫେୟାରୱେଲ ଦେବାକୁ ଚେଷ୍ଟା କରିଥିଲେ। ଯୁବ ବୟସରେ ଧୋନି ଯେତେ‌ବେଳେ ବିହାର ପକ୍ଷରୁ ରଣଜୀ ଖେଳୁଥିଲେ ଏହା ତାଙ୍କର ପ୍ରିୟ ଷ୍ଟାଡିୟମ ଥିଲା। ଏଥିସହ ସେ ମଧ୍ୟ କୋଲ୍‌କାତାର ଜାମାତା। ମ୍ୟାଚ୍‌ ପରେ ସମର୍ଥନ ପାଇଁ କୋଲ୍‌କାତା ଦର୍ଶକଙ୍କୁ ଧୋନି ଧନ୍ୟବାଦ ଦେବା ସହ ସମସ୍ତ ଗ୍ରାଉଣ୍ଡ୍ସମ୍ୟାନ୍‌ଙ୍କ ସହ ଫଟୋ ଉଠାଇଥିଲେ। ‘‘ଏଭଳି ସମର୍ଥନ ପାଇଁ କେବଳ ଧନ୍ୟବାଦ ଦେବି। ଏଥିପାଇଁ ସେମାନେ ବହୁ ସଂଖ୍ୟାରେ ଆସିଥିଲେ। ଏମାନଙ୍କ ମଧ୍ୟରୁ ଅନେକ ଆଗାମୀ ମ୍ୟାଚ୍‌ ବେଳେ କେକେଆର୍ ଜର୍ସିରେ ଏଠାକୁ ଆସିବେ। କିନ୍ତୁ ଏହି ମ୍ୟାଚ୍‌ ବେଳେ ମୋତେ ବିଦାୟ ଦେବାକୁ ଚେଷ୍ଟା କରିଥିବାରୁ ବହୁତ ଧନ୍ୟବାଦ’’ ବୋଲି ମ୍ୟାଚ୍‌ ପରେ ଧୋନି କହିଥିଲେ।

Leave a Reply

Your email address will not be published. Required fields are marked *