ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଆଜି କମିଶନରେଟ ପୁଲିସର ସିକ୍ୟୁରିଟି ଡିଭିଜନ କାର୍ଯ୍ୟକ୍ଷମ ହୋଇଛି। ପୂର୍ବରୁ ଭିଭିଆଇପି, ଭିଆଇପିଙ୍କ ସୁରକ୍ଷା ଚିନ୍ତା ବଢ଼ାଉଥିଲା। କମିଶନରେଟ ପୁଲିସ ଅଧୀନରେ ପୂର୍ବରୁ ଏକ ସ୍ପେଶାଲ ସିକ୍ୟୁରିଟି ବାଟାଲିୟନ ମଧ୍ୟ ରହିଛି। ଭୁବନେଶ୍ୱର କଟକ ଦ୍ୱୈତ ନଗରୀରେ ସିକ୍ୟୁରିଟି ଆରଞ୍ଜମେଣ୍ଟକୁ ସୁଗମ କରିବା ପାଇଁ ଯେଉଁ ପ୍ରସ୍ତାବ ଥିଲା, ତାହାକୁ ସରକାର ଗ୍ରହଣ କରିବା ପରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
ଏନେଇପୁଲିସ କମିଶନର କହିଛନ୍ତି, ଏମରଜେନ୍ସି ରେସ୍ପନ୍ସ ଘଟଣା ଏହିଠାରୁ ମନିଟର ହେବ। ପୁରା ରାଜ୍ୟ ପାଇଁ ଯେଭଳି ଗୁଇନ୍ଦା ନିର୍ଦ୍ଦେଶକଙ୍କ ଅଧୀନରେ ଯେଭଳି ସିକ୍ୟୁରିଟି ଉଇଙ୍ଗ ରହିଛି, ଠିକ ସେହିଭଳି ଏହି ସିକ୍ୟୁରିଟି ଡିଭିଜନ କମିଶନରଙ୍କ ଅଧୀନରେ କାମ କରିବ। ଭୁବନେଶ୍ୱର ବର୍ତ୍ତମାନ ସାରା ଭାରତରେ କ୍ରୀଡା ରାଜଧାନୀ ହୋଇଛି। ପ୍ରତେକ ଦିନ ଦେଶ ଓ ଦେଶ ବାହାରୁ ଭୁବନେଶ୍ୱର କୁ ଭିଆଇପି, ଭିଭିଆଇପି ମାନେ ଆସୁଛନ୍ତି , ଏଣୁ ସେମାନଙ୍କ ସୁରକ୍ଷା , ଯାତାୟାତ ଏହିଠାରୁ କଣ୍ଟ୍ରୋଲ ହେବ। ଏହାର ଦାୟିତ୍ୱ ରେ ଜଣେ କମାଣ୍ଡାଣ୍ଟ ରହିବେ। ଇଣ୍ଟେଲିଜେନ୍ସ ଉଇଙ୍ଗ ସହିତ ଏହାର ଲିଙ୍କ ରହିବ।
ଜି ୨୦ ସମ୍ମିଳନୀକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କିଭଳି ରହିବ ସେ ନେଇ ସମୀକ୍ଷା କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଏନେଇ ସେ କହିଛନ୍ତି, ଓଡ଼ିଶା ପାଇଁ ଏହା ଗୌରବର ବିଷୟ । ଦେଶ ବାହାରୁ ଆସୁଥିବା ଭିଆଇପିଙ୍କ ଗସ୍ତ, ସୁରକ୍ଷା ବ୍ୟବସ୍ଥା, ପାଇଲଟିଂ ବ୍ୟବସ୍ଥା ସବୁର ମନିଟରିଂ ସିଷ୍ଟମ ସିକ୍ୟୁରିଟି ଡିଭିଜନ କରିବ। ଜି ୨୦ ସମ୍ମିଳନୀ ପାଇଁ କେନ୍ଦ୍ର ସରକାରଙ୍କ ଅମୃତସର ଯିବା ସହ ଜି ୨୦ କିଭଳି ଆୟୋଜନ କରାଯାଏ, ତାହା ଦେଖିକି ଆସିଛନ୍ତି। ଏ ନେଇ ଲୋକସେବା ଭବନରେ ହାଇ ଲେବଲ ମିଟିଂ ମଧ୍ୟ ସରିଛି। ଏପ୍ରିଲ ଓ ମେ’ ରେ ହେବାକୁ ଥିବା ଏହି ସମ୍ମିଳନୀ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି।