Spread the love

ନୂଆଦିଲ୍ଲୀ : ଗୋ-ମୂତ୍ରରେ ରହିଛି ମାରାତ୍ମକ ବାକ୍ଟେରିଆ। ଏହାକୁ ସିଧାସଳଖ ପାନ କରିବା ମଣିଷଙ୍କ ପାଇଁ ଠିକ୍‌ ନୁହେଁ। ରିସର୍ଚ୍ଚ ପରେ ଦେଶର ପ୍ରମୁଖ ପଶୁ ଗବେଷଣା ସଂସ୍ଥା ଆଇଭିଆରଆଇ (IVRI) ସ୍ପଷ୍ଟ କରିଛି। ବରେଲୀ ଭିତ୍ତିକ ଦେଶର ଏହି ପ୍ରମୁଖ ଗବେଷଣା ସଂସ୍ଥା ବେଶ କିଛି ଦିନ ଧରି ଗୋ-ମୂତ୍ର ଉପରେ ରିସର୍ଚ୍ଚ କରୁଥିଲା ଏହାପରେ ସଂସ୍ଥା ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଛି। କିଛି ବାକ୍ଟେରିଆ କ୍ଷେତ୍ରରେ ମଇଁଷି ମୂତ୍ର ପ୍ରଭାବୀ ହୋଇପାରେ ବୋଲି ରିପୋର୍ଟରେ ଆଶା କରାଯାଇଛି।
ଇନଷ୍ଟିଚ୍ୟୁଟର ଭୋଜ ରାଜ ସିଂହଙ୍କ ନେତୃତ୍ୱରେ କରାଯାଇଥିବା ଗବେଷଣାରେ ୩ ଜଣ ପିଏଚ୍‌ଡି ଶିକ୍ଷାର୍ଥୀ ମଧ୍ୟ ରହିଥିଲେ। ସେମାନେ ଗବେଷଣାରୁ ଜାଣିବାକୁ ପାଇଛନ୍ତି ଯେ ସୁସ୍ଥ ଥିବା ଗାଈ ଓ ଷଣ୍ଢର ମୂତ୍ରରେ ୧୪ ପ୍ରକାରର ମାରାତ୍ମକ ବାକ୍ଟେରିଆ ରହିଛି। ଗୋ-ମୂତ୍ରରେ ଥିବା Escherichia coli ଦ୍ୱାରା ପେଟରେ ସଂକ୍ରମଣ ହୋଇପାରେ। ଏହାର ଅର୍ଥ ଗୋ-ମୂତ୍ର ମଣିଷଙ୍କ ପାଇଁ ଆଦୌ ଠିକ ନୁହେଁ।
ରିସର୍ଚ୍ଚ ରିପୋର୍ଟଟି Researchgate ୱେବସାଇଟରେ ପ୍ରକାଶ ପାଇଛି। ରିସର୍ଚ୍ଚ ଟିମର ନେଉଥିବା ଶ୍ରୀ ସିଂହ କହିଛନ୍ତି, ଗାଈ, ମଇଁଷି ଓ ମଣିଷଙ୍କ ୭୩ଟି ମୂତ୍ର ନମୁନାକୁ ନେଇ ପରୀକ୍ଷା କରାଯାଇଥିଲା। ଏହି ସମୟରେ ଜଣାପଡ଼ିଛି ଯେ ଗାଈ ଠାରୁ ମଇଁଷି ମୂତ୍ରରେ ଅଧିକ ମାତ୍ରାରେ ଆଣ୍ଟିବାକ୍ଟେରିଆ ରହିଛି। ଗାଈ ମୂତ୍ର ଠାରୁ ମଇଁଷି ମୂତ୍ର ଭଲ।
S Epidermidis and E Rhapontici ଭଳି ବାକ୍ଟେରିଆ ବିରୋଧରେ ମଇଁଷି ମୂତ୍ର ଅଧିକ ପ୍ରଭାବୀ। ଗବେଷଣା ବେଳେ ଟିମ ପକ୍ଷରୁ ସାହିୱାଲ, ଥାରପରକର ଓ ଭିନ୍ଦବାଣୀ(କ୍ରସ ବ୍ରିଡ୍‌) ଗାଈମାନଙ୍କର ନମୁନା ନେଇଥିଲୁ। ଏଥିସହ ମଇଁଷି ଓ ମଣିଷଙ୍କ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା। ୨୦୨୨ ଜୁନରୁ ନଭେମ୍ବର ମଧ୍ୟରେ ସବୁ କିଛିର ଗବେଷଣା କରାଯାଇଥିଲା। ଗୋ-ମୂତ୍ରରେ ବାକ୍ଟେରିଆ ନିରୋଧ ଉପାଦାନ ରହିଥିବା ସ୍ପଷ୍ଟ ଭାବେ କୁହାଯାଇ ନପାରେ। ତେଣୁ କୌଣସି ବି ପରିସ୍ଥିତିରେ ଏହା ପାନୀୟ ଯୋଗ୍ୟ ନୁହେଁ। ଏହା ଘାତକ ହୋଇପାରେ ବୋଲି ସେ କହିଛନ୍ତି।
କିଛି ଲୋକ କହୁଛନ୍ତି ଯେ distilled ମୂତ୍ରରେ କୌଣସି ପ୍ରକାରର ସଂକ୍ରମଣ ସୃଷ୍ଟି କରୁଥିବା ବାକ୍ଟେରିଆ ନାହିଁ। ଏହା ଉପରେ ଶ୍ରୀ ସିଂହଙ୍କ ଟିମ ରିସର୍ଚ୍ଚ କରୁଥିବା ଜଣାପଡ଼ିଛି। ବର୍ତ୍ତମାନ ଭାରତୀୟ ବଜାରରେ ଗୋ-ମୂତ୍ର ବିନା ଏଫଏସଏସଏଆଇ ଟ୍ରେଡ ମାର୍କରେ ବିକ୍ରି କରାଯାଉଛି।

Leave a Reply

Your email address will not be published. Required fields are marked *