Spread the love

ଭୁବନେଶ୍ବର  : ୨୦୦୯ ବ୍ୟାଚର ଆଇପିଏସ ଅଧିକାରୀ ଚରଣ ସିଂହ ମୀନା ସମ୍ବଲପୁର ସ୍ଥିତ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଡିଆଇଜି ରୂପେ ଗୁରୁବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ପୁର୍ବାହ୍ନରେ ପ୍ରଥମେ ଶ୍ରୀ ମୀନା ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଦର୍ଶନ କରି ଆର୍ଶିବାଦ ନେବା ପରେ ମଧ୍ୟାହ୍ନ ରେଞ୍ଜ ମୁଖ୍ୟାଳୟ ଠାରେ ପୁର୍ବତନ ଆଇଜି ତଥା ୨୦୦୩ ବ୍ୟାଚର ଆଇପିଏସ ଅଧିକାରୀ ହିମାଂଶୁ ଲାଲ ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ମୀନା ତାଙ୍କ ପ୍ରଥମ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଜ୍ୟ ସରକାର ତାଙ୍କୁ ଏହି ଗୁରୁ ଦାୟିତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଉଛି । ତାଙ୍କର ପ୍ରଥମ ଫୋକସରେ ଆଇନ ଶୃଙ୍ଖଳା ରକ୍ଷା, ମହିଳା ଓ ଶିଶୁ ଙ୍କ ବିରୋଧରେ ହେଉଥିବା ଅପରାଧ ରୋକିବା, ବେଆଇନ ନିଶା କାରବାର ଉପରେ ଅଙ୍କୁଶ ଏବଂ ଆଜିର ଦିନରେ ଏକ ବଡ ଚ୍ୟାଲେଞ୍ଜ ସୃଷ୍ଟି କରିଥିବା ସାଇବର ଅପରାଧର କଠୋର ମୁକାବିଲା ଉପରେ ରହିବ ।  ସୁଚନାଯୋଗ୍ୟ ଯେ, ପୁର୍ବତନ ଆଇଜି ହିମାଂଶୁ ଲାଲ ୨୩ ଅଗଷ୍ଟ ୨୦୧୯ ରୁ ୫ ଜୁନ ୨୦୨୦ ଏବଂ ସମ୍ବଲପୁରର ୨୦୨୩ ମସିହାରେ ଦଙ୍ଗା ପରେ ୨୯ ଜାନୁଆରୀ ୨୦୨୪ ରୁ ୨୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ୨ଟି ପର୍ଯ୍ୟାୟରେ ଦାୟିତ୍ୱ ନିର୍ବାହ କରିଛନ୍ତି ।

Leave a Reply

Your email address will not be published. Required fields are marked *