ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତେଲେଙ୍ଗାନା ଗସ୍ତରେ ଯାଇ ‘ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍’ ଚଳାଚଳର ଶୁଭାରମ୍ଭ କରିଛନ୍ତି।। ଏହା ପରେ ସେ ସେଠାରେ ଜନସାଧାରଣଙ୍କୁ ସମ୍ବୋଧିତ କରିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ତେଲେଙ୍ଗାନାବାସୀଙ୍କୁ ପରିବାରବାଦ ଏବଂ ଦୁର୍ନୀତି ବିରୋଧରେ ଲଢ଼ିବାକୁ ପଡ଼ିବ। ମୋଦୀ କହିଛନ୍ତି, ଆମେ ସାରା ଦେଶରେ ଡିଜିଟାଲ ପେମେଣ୍ଟ ବ୍ୟବସ୍ଥା ବୃଦ୍ଧି କରିଛୁ, କିନ୍ତୁ ଏହା ପୂର୍ବରୁ କାହିଁକି ଘଟିଲା ନାହିଁ? ସେ କହିଛନ୍ତି, ଏହା ଘଟିଲା ନାହିଁ କାରଣ ପରିବାରବାଦ ଶକ୍ତିମାନେ ସିଷ୍ଟମ ଉପରେ ନିଜର ନିୟନ୍ତ୍ରଣ ଛାଡ଼ିବାକୁ ଚାହୁଁନଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି, କେଉଁ ହିତାଧିକାରୀ କେତେ ଲାଭ ପାଇବେ, ଏହି କ୍ଷମତା ନିଜ ନିୟନ୍ତ୍ରଣରେ ରଖିବାକୁ ଚାହୁଁଥିଲେ | ସେ କହିଛନ୍ତି, ତେଲେଙ୍ଗାନାର ଲୋକଙ୍କୁ ପରିବାରବାଦ ଏବଂ ଭ୍ରଷ୍ଟାଚାର ବିରୋଧରେ ଲଢ଼ିବାକୁ ପଡ଼ିବ।
ସେ କହିଛନ୍ତି ଯେ କେନ୍ଦ୍ରର ପ୍ରକଳ୍ପଗୁଡିକରେ ରାଜ୍ୟ ସରକାର ସହଯୋଗ କରୁନଥିବାରୁ ଏହା ହୋଇପାରୁନାହିଁ ଓ ଏହାର ଲାଭ ଜନସାଧାରଣଙ୍କ ପାଇପାରୁନାହାନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ବିକାଶ କାର୍ଯ୍ୟକୁ ଦେଖି କିଛି ଲୋକ ବିବ୍ରତ ଅଛନ୍ତି, ଏହି ଲୋକମାନେ ପ୍ରତ୍ୟେକ ପ୍ରକଳ୍ପରେ ନିଜ ପରିବାରର ଭାଗିଦାର ଚାଁହୁଥିଲେ ଏବଂ ସେମାନେ ସିଷ୍ଟମ ଉପରେ ନିୟନ୍ତ୍ରଣ ଛାଡିବାକୁ ଚାଁହୁନଥିଲେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ତେଲେଙ୍ଗାନା ଏକ ଅଲଗା ରାଜ୍ୟ ହେବାକୁ ଯେତିକି ଦିନ ହେଲାଣି, ସେତିକି ସମୟ କେନ୍ଦ୍ରରେ ଏନଡିଏ ସରକାରକୁ ମଧ୍ୟ ପୁରିଛି | ଆମେ ସବକା ସାଥ, ସବକା ବିକାଶ, ସବକା ପ୍ରୟାସ, ସବକା ବିଶ୍ୱାସର ସ୍ଲୋଗାନ ସହ ଆଗକୁ ବଢ଼ୁଛୁ। ବନ୍ଦେ ଭାରତ ଏକ୍ସପ୍ରେସକୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶକୁ ସଂଯୋଗ କରୁଥିବା ଅନ୍ୟ ଏକ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କରାଯାଇଛି। ଏହି ଟ୍ରେନ୍ ଆସ୍ଥା, ଆଧୁନିକତା ଏବଂ ପର୍ଯ୍ୟଟନକୁ ସଂଯୋଗ କରିବାକୁ ଯାଉଛି | ବନ୍ଦେ ଭାରତ ଟ୍ରେନ୍ ଭାଗ୍ୟଲକ୍ଷ୍ମୀ ମନ୍ଦିର ସହ ଭଗବାନ ଭେଙ୍କଟେଶ୍ୱରଙ୍କ ସହରକୁ ସଂଯୋଗ କରିବ।