Spread the love

ବାରାଣାସୀ : ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜପ୍ରତାପ ଯାଦବ ବାରଣାସୀର ଏକ ହୋଟେଲରେ ହଟହଟା ହୋଇଥିବା ଖବର ସାମନାକୁ ଆସିଛି । ତାଙ୍କ ବିନା ଅନୁମତିରେ ତାଙ୍କ ଜିନିଷପତ୍ରକୁ ବାହାରକୁ ନେଇ ରୁମରେ ତାଲା ପକାଇଦେଇଥିବା ଅଭିଯୋଗ ହୋଇଛି । ଖୋଦ୍ ତେଜ ପ୍ରତାପ ଯାଦବ ମଧ୍ୟ ଏନେଇ ବାରଣାସୀ ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ନିକଟରେ ଦିଆଯାଇଥିବା ଅଭିଯୋଗରେ ସେ କହିଛନ୍ତି ଯେ, ହୋଟେଲ ମ୍ୟାନେଜମେଣ୍ଟ ତାଙ୍କ ବିନା ଅନୁମତିରେ ତାଙ୍କ ଲଗେଜ୍ ବାହାର କରିଦେଇଥିଲା ।
ସୂଚନା ଅନୁଯାୟୀ, ବିହାର ମନ୍ତ୍ରୀ ତେଜ ପ୍ରତାପ ଯାଦବ ଶୁକ୍ରବାର ବାରଣାସୀ ଗସ୍ତରେ ଯାଇଥିଲେ। ଶୁକ୍ରବାର ସକାଳେ ସେ ବାରଣାସୀରେ ପହଞ୍ଚି ଏଠାରେ ଏକ ହୋଟେଲରେ ରହିଥିଲେ। ଶୁକ୍ରବାର ସନ୍ଧ୍ୟାରେ ସେ ଏକ ହୋଟେଲ ରୁମରେ ନିଜର ଜିନିଷପତ୍ର ରଖି ବାହାରକୁ ଯାଇଥିଲେ। ରାତି ୧ଟାରେ ଫେରିବା ପରେ ସେ ଦେଖିଲେ ଯେ ରୁମ୍ ବନ୍ଦ ରହିଛି ଏବଂ ଲଗେଜ୍ ରୁମ୍ ରେ ନାହିଁ। ଏହାକୁ ନେଇ ତେଜପ୍ରତାପ ଯାଦବ ଅସନ୍ତୋଷ ପ୍ରକାଶ କରିଥିଲେ ଓ ହୋଟେଲ କର୍ତ୍ତୃପକ୍ଷଙ୍କୁ ଭେଟିଥିଲେ । ହୋଟେଲ ପକ୍ଷରୁ କୁହାଯାଇଥିଲା ଯେ ତାଙ୍କ ଲଗେଜକୁ ହୋଟେଲର ସିକ୍ୟୁରିଟି ରୁମରେ ରଖାଯାଇଛି ।

ଏ ସଂପର୍କରେ ପୁଲିସ ସୁତ୍ରରୁ ଜଣାପଡ଼ିଛି ଯେ ତେଜପ୍ରତାପ ଦିନକ ପାଇଁ ରୁମ ବୁକ୍ କରିଥିଲେ । ରାତି ୧୨ଟା ପରେ ତାରିଖ ବଦଳିବା ପରେ ହୋଟେଲ ପକ୍ଷରୁ ତାଙ୍କ ଲଗେଜକୁ ବାହାର କରି ରୁମରେ ତାଲା ପକାଇଦିଆଯାଇଥିଲା । ତେବେ ଏହି ଘଟଣା ପରେ ତେଜପ୍ରତାପ ଆଉ ରୁମ ବୁକ ନକରି ବିହାର ପଳାଇଯାଇଥିଲେ ।

Leave a Reply

Your email address will not be published. Required fields are marked *