Spread the love

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ଉପାଧ୍ୟକ୍ଷ ଭ୍ରମରବର ନାୟକଙ୍କ ଘରେ ଆୟକର(ଆଇଟି) ବିଭାଗ ଚଢ଼ଉ କରିଛି। ଆଇଟି ବିଭାଗର ଦୁଇଟି ଟିମ୍‌ ବାଗୁଡ଼ି ସ୍ଥିତ ତାଙ୍କ ଘର ସମେତ ଖାଦାନ, କଲ୍ୟାଣମଣ୍ଡପ ଓ ପେଟ୍ରୋଲ୍‌ ପମ୍ପରେ ଚଢ଼ଉ କରି କାଗଜପତ୍ର ଯାଞ୍ଚ କରୁଛନ୍ତି। ଏଥିରେ ୨୦ରୁ ଅଧିକ ଅଧିକାରୀ ସାମିଲ୍‌ ଅଛନ୍ତି।

ଭ୍ରମରବର ନାୟକ ସୋର ବ୍ଲକ ଉପାଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ବେଳେ ଖାଦାନରେ ପଥର ବ୍ୟବସାୟ ଲିପ୍ତ ଅଛନ୍ତି। ତାଙ୍କ ପତ୍ନୀ ଜିଲ୍ଲାପରିଷଦ ସଭ୍ୟା ଅଛନ୍ତି।

Leave a Reply

Your email address will not be published. Required fields are marked *