Spread the love

କାମାକ୍ଷାନଗର: ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କାର୍‌ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟରେ ତାଙ୍କ କାର୍‌କୁ ଏକ ଭାରି ଯାନ ହାଇଡ୍ରା ଧକ୍କା ଦେଇଛି। ଖୁସିର କଥା ଯେ, ବିଧାୟକ ଶ୍ରୀ ନାୟକ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ସୂଚନା ଅନୁସାରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଆଜି ଅପରାହ୍‌ଣ ପ୍ରାୟ ୩ଟା ସମୟରେ ବିଧାୟକଙ୍କ କାର (ଜେଏଚ୍‌ ୦୭‌ କେ ୮୪୭୫)କୁ ହାଇଡ୍ରା ଧକ୍କା ଦେଇଥିଲା। ରାଉରକେଲାରୁ ବିଧାୟକ ଏକ ଫର୍ଚ୍ୟୁନରରେ ଭୁବନେଶ୍ବର ଯାଉଥିବା ବେଳେ କାମାକ୍ଷାନଗର ଚୂଳିଆ ନିକଟରେ ଏକ ହାଇଡ୍ରା ସହିତ ଧକ୍କା ହୋଇଥିଲା। ଗାଡ଼ିରେ ବିଧାୟକଙ୍କ ସମେତ ପଏସଓ ଓ ଡ୍ରାଇଭର ଥିବା ସୂଚନା ମିଳିଛି। ଗାଡ଼ିରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି। କାର ଦୁର୍ଘଟଣାର ସାମ୍ନା କରିବା ପରେ ବିଧାୟକ ଅନ୍ୟ ଏକ ଗାଡ଼ିରେ ଭୂବନେଶ୍ବର ଯାଇଥିଲେ।ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଫର୍ଚ୍ୟୁନର ଗାଡିସହ ହାଇଡ୍ରାକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *