Spread the love

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବନମାଳୀପୁର ୟୁକୋ ବ୍ୟାଙ୍କରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟିଛି। ବ୍ୟାଙ୍କ କର୍ମଚାରୀଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ନିଆଁ କିଛି ସମୟ ମଧ୍ୟରେ ଆୟତ୍ତ ହୋଇଛି। ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବାରୁ ବ୍ୟାଙ୍କିଙ୍ଗ ସେବା ବନ୍ଦ ରହିଛି।
ସୂଚନା ଅନୁସାରେ ଆଜି ମଧ୍ୟାହ୍ନ ପ୍ରାୟ ସାଢେ ୧୨ ବେଳେ ୟୁକୋ ବ୍ୟାଙ୍କରେ ବିଦ୍ୟୁତ ସର୍ଟସର୍କିଟ ହୋଇ ନିଆଁ ଲାଗିଥିଲା। ସେ ସମୟରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ଭିତରେ ଥିଲେ। ନିଆଁ ଲାଗିବାରୁ ବ୍ୟାଙ୍କ ପରିସରରେ ଧୂଆଁମୟ ହୋଇ ଯାଇଥିଲା। ଭୟରେ ଲୋକେ ବାହାରକୁ ବାହାରି ଆସିଥିଲେ। ବ୍ୟାଙ୍କ କର୍ମଚାରୀ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ସୂଚନା ଦେବା ପରେ ସେ ଅଞ୍ଚଳରେ ଲାଇନ କଟା ଯାଇଥିଲା। ପରେ ବ୍ୟାଙ୍କରେ ଥିବା ଅଗ୍ନି ନିର୍ବାପକ ଯନ୍ତ୍ର ସାହାଯ୍ୟରେ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତି ଯାଇଥିବା ସାଧାରଣରେ ଆଲୋଚନା ହେଉଛି। ଅଗ୍ନିକାଣ୍ଡ ଯୋଗୁଁ ବ୍ୟାଙ୍କରେ ସାମାନ୍ୟ କ୍ଷୟକ୍ଷତି ହୋଇଛି। ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ଥିବାରୁ ବ୍ୟାଙ୍କିଙ୍ଗ୍‌ ସେବା ବନ୍ଦ ହୋଇଥିବା ମ୍ୟାନେଜର ଆୟୁଷି ଦେ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *