Spread the love

ପୁରୀ: ପୁରୀ ରେଳ ଷ୍ଟେସନ୍‌ରେ ଆଜି ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହୋଇଛି। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୩ଟାରେ ଟ୍ରେନ୍‌ଟି ସନଟିଂ ଲାଇନକୁ ଫେରିବା ବେଳେ ଲାଇନ୍‌ଚ୍ୟୁତ ହୋଇଥିବା ଜଣାଯାଇଛି। ଟ୍ରେନ୍‌ର ୨ଟି ବଗି ଟ୍ରେନ୍‌ଲାଇନ୍‌ରୁ ଖସିପଡ଼ିଛି। ତେବେ ଏହି ଏଘଟଣ ସମୟରେ କୌଣସି ଯାତ୍ରୀ ନଥିଲେ। ତେଣୁ ଦୁର୍ଘଟଣାରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ତେବେ ପୁରୀ-ଗୁଣୁପୁର ଏକ୍ସପ୍ରେସ୍‌ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବା ଯୋଗୁଁ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀଙ୍କ ସମେତ ଟେକ୍ନିକାଲ ଓ ନନ୍‌ଟେକ୍ନିକାଲ ଟିମ୍‌ ପହଞ୍ଚିଛନ୍ତି। ଲାଇନ୍‌ଚ୍ୟୁତ ହୋଇଥିବା ବଗିକୁ ଟ୍ରାକ୍‌କୁ ‌ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

Leave a Reply

Your email address will not be published. Required fields are marked *