Spread the love

ନୂଆଦିଲ୍ଲୀ: ଦିଲ୍ଲୀ ବଜେଟ୍ ଅଧିବେଶନର ଶେଷ ଦିନରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ଭାଷାରେ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପରିବାର ପାଇଁ କିଛି କରିନାହାଁନ୍ତି, କିନ୍ତୁ ତାଙ୍କ ସାଙ୍ଗମାନଙ୍କ ପାଇଁ ବହୁତ କିଛି କରିଛନ୍ତି | ଆଦାନୀ ମାମଲାକୁ ନେଇ ସେ ମୋଦୀଙ୍କୁ ଟାର୍ଗେଟ କରି ଏହା କହିଛନ୍ତି। ସେ କହିଛନ୍ତି ଯେ ଯଦି ଜେପିସି ଗଠନ ହୁଏ ତେବେ ଆଦାନୀ ଫସିଯିବେ ନାହିଁ, ମୋଦୀ ଫସିବେ ।
କେଜ୍ରିୱାଲ ଏଠାରେ ଅଟକି ନଥିଲେ, ସେ ଆଦାନୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ‘ମ୍ୟାନେଜର’ ବୋଲି ମଧ୍ୟ କହିଛନ୍ତି | ଏହାପୂର୍ବରୁ ସୋମବାର ମଧ୍ୟ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଧାନସଭାରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ,ଯେ “ନେତୃତ୍ୱ ଶିକ୍ଷିତ ହେବା ଅତ୍ୟନ୍ତ ଜରୁରୀ । ଅନେକ ଥର ସେ କହିଛନ୍ତି ଯେ ମୁଁ ବହୁତ ଶିକ୍ଷିତ ନୁହେଁ, ମୁଁ କଲେଜ ଯାଇ ନାହିଁ। ଲାଭ ପାଇଁ କୌଣସି ବ୍ୟକ୍ତି ତାଙ୍କଠାରୁ ଦସ୍ତଖତ କରାଇଦେଇପାରିବେ | ଯଦି ପଢୁଆ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ତେବେ ବିମୁଦ୍ରାକରଣ କରିନଥାନ୍ତେ |

Leave a Reply

Your email address will not be published. Required fields are marked *