Spread the love

ପୁଣେ: ଅନ୍ତର୍ଜାତୀୟ ସୁରକ୍ଷା ନେଟ୍‌ୱର୍କ ପ୍ରଦାନକାରୀ ଭାବେ ଆମେରିକାର ସ୍ଥାନ ଚୀନ ନେବାକୁ ଚାହୁଁଛି ବୋଲି ଭାରତୀୟ ସେନାମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଶୁକ୍ରବାର ସୂଚନା ଦେଇଛନ୍ତି। ମହାରାଷ୍ଟ୍ରର ପୁଣେରେ ଆୟୋଜିତ ହୋଇଥିବା ଏକ ଦୁଇଦିନିଆ ରଣନୈତିକ ଆଲୋଚନାଚକ୍ରର ଉଦ୍‌ଘାଟନୀ ଅଧିବେଶନରେ ‘ଚୀନର ଉତ୍ଥାନ ଏବଂ ବିଶ୍ବ ପାଇଁ ଏହାର ପ୍ରଭାବ’ ପ୍ରସଙ୍ଗରେ ବକ୍ତବ୍ୟ ରଖି ଜେନେରାଲ ପାଣ୍ଡେ ଏହି ମନ୍ତବ୍ୟ ଦେଇଛନ୍ତି।
ଭାରତୀୟ ସେନାମୁଖ୍ୟ ଜେନେରାଲ୍ ପାଣ୍ଡେ କହିଛନ୍ତି ଯେ ‘ସାଉଦି ଆରବ ଏବଂ ଇରାନ ମଧ୍ୟରେ ଚୀନ୍‌ର ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଏବଂ ରୁଷ୍‌-ୟୁକ୍ରେନ ବିବାଦକୁ ସମାଧାନ କରିବାକୁ ଚୀନର ଉଦ୍ୟମ ଏହା ସୂଚାଉଛି ଯେ ସେ ବିଶ୍ବସ୍ତରୀୟ ସୁରକ୍ଷା ପ୍ରଦାନକାରୀ ଦେଶ ହେବାର ଲକ୍ଷ୍ୟ ରଖିଛି।’

ସେ ଆହୁରି ମଧ୍ୟ କହିଛନ୍ତି ଯେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ଉଭୟ ଭୌଗଳିକ ଓ ରାଜନୈତିକ ସ୍ଥିତିକୁ ବଦଳାଇ ଦେଇଛି। ଭାରତୀୟ ସେନା ମୁଖ୍ୟ ଆହୁରି କହିଛନ୍ତି ଯେ ଜାରି ରହିଥିବା ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ସେହି ଦୁଇ ଦେଶକୁ ଛାଡ଼ିଲେ ଅନ୍ୟ ଦେଶଗୁଡ଼ିକୁ ବି ପ୍ରଭାବିତ କରୁଛି। ଏହାଛଡ଼ା ଚୀନ୍‌ର କାର୍ଯ୍ୟକଳାପ ଆମର ଜାତୀୟ ସୁରକ୍ଷା ଉପରେ ପ୍ରଭାବ ପକାଉଛି ବୋଲି ଜେନେରାଲ ପାଣ୍ଡେ କହିଛନ୍ତି।

Leave a Reply

Your email address will not be published. Required fields are marked *