Spread the love

ରାୟଗଡା: ୟଗଡାର ଅଧିଷ୍ଠିତ ଦେବୀ ମା ମଝିଘରିଆଣିଙ୍କ ମନ୍ଦିର ହୁଣ୍ଡିରୁ ହେଲା ଧନ ବର୍ଷା।ପ୍ରତି ତିନି ମାସରେ ଥରେ ମାଙ୍କ ହୁଣ୍ଡିକୁ ଖୋଲାଯାଇଥାଏ।ସ୍ଥାନୀୟ ତହସିଲଦାର ତାପସ କୁମାର ରାଉତଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଏବଂ ପୁଲିସର କଡା ସୁରକ୍ଷା ବଳୟରେ ତଥା ମନ୍ଦିର ପରିଚାଳନା କମିଟିର ସଦସ୍ୟମାନଙ୍କ ଉପସ୍ଥିତିରେ ଆଜି ହୁଣ୍ଡିକୁ ଖୋଲାଯାଇଛି।
ଆଜି ସକାଳୁ ହୁଣ୍ଡି ଖୋଲାଯିବା ପରେ ଟଂକା ଗଣତିରେ ସ୍ଥାନୀୟ ମହିଳା ସ୍ବେଚ୍ଛାସେବୀ ଅନୁଷ୍ଠାନ,ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ତଥା ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ।ଟଂକା ଗଣତିରେ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ ଭାଗ ନେଇଥିବା ଜଣାପଡିଛି।ଗଣତିରେ ନିଜକୁ ସାମିଲ କରି ଭାଗ୍ୟବାନ ମନେ କରିଛନ୍ତି ସ୍ଥାନୀୟ ମହିଳା ଏବଂ ଛାତ୍ରଛାତ୍ରୀ।ଗତ ୨୧ ଡେସେମ୍ବର ୨୦୨୨ ମାଙ୍କ ହୁଣ୍ଡି ଖୋଲାଯାଇଥିଲା।ସେତେବେଳେ ୬୨ ଲକ୍ଷ ୨୨ ହଜାର ୫୯ ଟଂକା ବାହାରିଥିବା ବେଳେ,ସୁନା ୪୬ ଗ୍ରାମ ଏବଂ ରୂପା ୭୭୫ ଗ୍ରାମ ସହ କିଛି ବିଦେଶୀ ଟଂକା ମଧ୍ୟ ସଂଗ୍ରହ ହୋଇଥିଲା।
ଆଜି ମଧ୍ୟ ଗଣତି ବେଳେ ବିଦେଶୀ ନୋଟ ବାହାରିଥିଲା।ଗଣତି ଶେଷ ହେଲା ବେଳକୁ ପ୍ରାୟ ସଂଧ୍ୟା ହୋଇଯିବ ବୋଲି ପରିଚାଳନା କମିଟି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ତେବେ ଗତ ଥର ଯେତିକି ଟଂକା ବାହାରିଥିବା ତାଠାରୁ ଆହୁରି ଅଧିକ ଟଂକା ବାହାରିବାର ଆଶା କରିଛନ୍ତି ମନ୍ଦିର ପରିଚାଳନା କମିଟି।ତେବେ ଆଜି ସଂଧ୍ୟାରେ ଗଣତି ପରେ ୪୫ ଲକ୍ଷ ୧ ହଜାର ୨୪୯ ଟଂକା ସଂଗ୍ରହ ହୋଇଥିବା ବେଳେ ୨୯ ଗ୍ରାମ ସୁନା ଏବଂ ୧ କିଲୋ ୧୬୯ ଗ୍ରାମ ରୂପେ ସଂଗ୍ରହ ହୋଇଥିବା କମିଟି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *