Spread the love

କେନ୍ଦୁଝର: କେନ୍ଦୁଝର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ତିନିଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯାଞ୍ଚ କରାଯାଇ ମଦ ପିଇ ଗାଡ଼ି ଚଳାଉଥିବା ୪୩ଜଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯାଇଛି। ଏଥିସହ ସେମାନଙ୍କ ଚାଲାଣ କଟାଯାଇ କୋର୍ଟକୁ ପଠାଯାଇଛି। ପରିବହନ ବିଭାଗ, ପୁଲିସ, ପୂର୍ତ୍ତ ବିଭାଗ ଏବଂ ଏନ୍‌ଏଚ୍‌ଏଆଇ ପକ୍ଷରୁ ଏପ୍ରିଲ ୧ରୁ ୭ ତାରିଖ ପର୍ଯ୍ୟନ୍ତ ଚଢ଼ଉ କରାଯିବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଇଂ ଗୋପାଳକୃଷ୍ଣ ଦାସ ପ୍ରକାଶ କରିଛନ୍ତି। ସ୍କୁଲ ପିଲାଙ୍କୁ ଗାଡ଼ି ଦେବା ପାଇଁ ମନା କରାଯାଇଛି। ଗାଡ଼ି ଚଳାଉଥିବା ନାବାଳକ ଧରାପଡ଼ିଲେ ୨୫ ହଜାର ଟଙ୍କା ଜରିମାନା ସହ ଗାଡ଼ି ମାଲିକଙ୍କୁ କୋର୍ଟଚାଲାଣ କରାଯିବ। କେନ୍ଦୁଝର ସହର ସମେତ ବିଭିନ୍ନ ବିଦ୍ୟାଳୟ ଆଖପାଖରେ କଡ଼ାକଡ଼ି ଯାଞ୍ଚ କରାଯିବ ବୋଲି ଶ୍ରୀ ଦାସ କହିଛନ୍ତି।

Leave a Reply

Your email address will not be published. Required fields are marked *