Spread the love

ଭୁବନେଶ୍ୱର : କୁଳପତି ପ୍ରଫେସର ସାବିତା ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଜି ଭାରତୀୟ ଆକାଉଣ୍ଟିଂ ଆସୋସିଏସନ୍ ସହଯୋଗରେ ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗରେ “ଜଟିଳ ବ୍ୟବସାୟ ପରିବେଶରେ ଆକାଉଣ୍ଟିଂର ଭବିଷ୍ୟତ” ଉପରେ ଏକ ଜାତୀୟ ଆଲୋଚନାଚକ୍ର ହୋଇ ଯାଇଛି।
ନାଲକୋ ସିଏମଡି, ସି.ଏ. ଶ୍ରୀଧର ପାତ୍ର, ଏହି ପ୍ରସଙ୍ଗରେ ତାଙ୍କର ମୂଲ୍ୟବାନ ବକ୍ତବ୍ୟ ରଖିଥିଲେ । ସରଳ ଏବଂ ଜଟିଳ ଆକାଉଣ୍ଟିଂ କ’ଣ ତାହା ବ୍ୟାଖ୍ୟା କରିଥିଲେ ତଥା ଏହା ଏକ ହଜାର ବର୍ଷରୁ ହୋଇ ବର୍ତ୍ତମାନ ଓ ଭବିଷ୍ୟତରେ ମଧ୍ୟ “ଆକାଉଣ୍ଟିଂ ବୃତ୍ତି” ଏକ ମୂଲ୍ୟଯୁକ୍ତ ବୃତ୍ତି ଭାବେ ଜାରି ରହିବ ବୋଲି କହିଥିଲେ | କିନ୍ତୁ ଏହି ଡିଜିଟାଲ ଯୁଗରେ ଏହା ଆମ ପାଇଁ ଏକ ଅହୱାନ ଓ ଟେକ୍ନୋଲୋଜିର ବିପ୍ଳବ | ବ୍ୟବସାୟକୁ ଟେକ୍ନୋଲୋଜି, ସାଇବର କ୍ରାଇମ , ଅପରାଧ ଓ ତ୍ରୁଟିରୁ କିପରି ରକ୍ଷା କରାଯାଇପାରିବ, ଏହି ବିଷୟରେ ତପ୍ତର ହେବାକୁ କହିଥିଲେ | ବ୍ଲକ୍ ଚେନ୍ ହେଉ, କିମ୍ବା ବି.ଏସ.ଇ , ଏନ ଏସ. ଇ, ଷ୍ଟକ୍ ମାର୍କେଟ୍, କ୍ଲାଉଡ୍ କମ୍ପ୍ୟୁଟିଙ୍ଗ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଉପରେ ବିକଶିତ ହେଉଛି ଏବଂ ଏହା ଆକାଉଣ୍ଟିଂର ଭବିଷ୍ୟତ ହୋଇପାରେ | କିନ୍ତୁ ଏ ଆଇ କୁ ତୁମଠାରୁ ଅଧିକ ବୁଦ୍ଧିମାନ ହେବାକୁ ଦିଅ ନାହିଁ, କାରଣ ଏହା ମନୁଷ୍ୟକୃତ ଏବଂ ମନୁଷ୍ୟ ଦ୍ୱାରା ପରିଚାଳିତ | ଜ୍ଞାନ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ; ଜ୍ଞାନ ପାଇଁ ତୁମର ଶିକ୍ଷଣର ଭୋକ ରହିବା ଜରୁରୀ ବୋଲି ସେ ଆଲୋକପାତ କରିଥିଲେ । ବ୍ୟବସାୟ ଅଭିବୃଦ୍ଧି ପାଇଁ ଭର୍ଚୁଆଲ୍ ନିଷ୍ପତ୍ତି ନେବା ଅତ୍ୟନ୍ତ ଜରୁରୀ ବୋଲି ମଧ୍ୟ କହିଥିଲେ |
ଏହା ବ୍ୟତୀତ ପ୍ରଫେସର ରଞ୍ଜନ କୁମାର ବଳ, କୁଳପତି, ଏଏସବିଏମ ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ଶାଖା, ଆଇଏଏର ସଭାପତି ଆକାଉଣ୍ଟିଂ କ୍ଷେତ୍ରରେ ତାଙ୍କର ବିଗତ ଚାରି ଦଶନ୍ଧି ଧରି ସମୃଦ୍ଧ ବିଶେଷଜ୍ଞତା ଦର୍ଶାଇଥିଲେ । ସାମ୍ପ୍ରତିକ ସମୟରେ ପରିବର୍ତ୍ତନ ନିରନ୍ତର ହେଉଥିବାରୁ ଆମକୁ ହିସାବ-କିତାବର ଭବିଷ୍ୟତର ଜଟିଳତାକୁ ଖୋଜି ବାହାର କରିବାକୁ ହେବ ଏବଂ ଏ କ୍ଷେତ୍ରରେ ଗବେଷଣା ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ସମ୍ମାନୀତ ଅତିଥି କଲିକତା ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗର ଅଧ୍ୟାପକ ପ୍ରଫେସର ଆଶିସ କୁମାର ସାନା ମଧ୍ୟ ଏହି ବିଷୟରେ ନିଜର ମତ ରଖିଥିଲେ।

ଅପରପକ୍ଷରେ ନାଲକୋ ସିଏମଡି ଶ୍ରୀ ଶ୍ରୀଧର ପାତ୍ରଙ୍କ ଦ୍ୱାରା ବାଣିଜ୍ୟ ବିଭାଗରେ ଏକ ଗବେଷଣା ପ୍ରକୋଷ୍ଠ ଉଦ୍ଘାଟିତ ହୋଇଥିବା ବେଳେ, ଦୁଇଟି ବୈଷୟିକ ଅଧିବେଶନରେ ସିଏ, ସିଏମ୍ଏ, ସିଏସ୍ ଭଳି ଶିକ୍ଷାବିତ୍, ଶିଳ୍ପାନୁଷ୍ଠାନ ଓ ବୃତ୍ତିଗତ ସଂସ୍ଥାର ଗବେଷକମାନେ ମୋଟ ୮୬ ଟି ଗବେଷଣାପତ୍ର ଉପସ୍ଥାପନ କରିଥିଲେ ।
ଉତ୍କଳ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସବିତା ଆଚାର୍ୟ୍ୟ ବିଦାୟୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନ୍ତଃ ଶୃଙ୍ଖଳାଗତ ଗବେଷଣା ଉପରେ ଗୁରୁତ୍ୱାରୋପ କରିବା ସହ ପରିବର୍ତ୍ତିତ ବ୍ୟବସାୟିକ ପରିବେଶକୁ ଆଧାର କରି ଏକ ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।
ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରବୋଧ କୁମାର ହୋତା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବାବେଳେ ଆୟୋଜକ ସଚିବ ଡ. ରବିନ୍ଦ୍ର କୁମାର ସ୍ୱାଇଁ, ପ୍ରଫେସର ଏସ୍. କେ. ଦାଶ ମେମୋରିଆଲ ହଲରେ ଆୟୋଜିତ ଆଲୋଚନାଚକ୍ର ସମ୍ପର୍କରେ ଉପସ୍ଥିତ ଶ୍ରୋତାମାନଙ୍କୁ ସୂଚନା ଦେଇଥିଲେ। ଆଇଏଏର କୋଷାଧ୍ୟକ୍ଷ ଚନ୍ଦ୍ରିକା ପ୍ରସାଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *